ଆଜି ଓଡିଶା ଆସିବେ ଅଶ୍ୱିନୀ ବୈଷ୍ଣବ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: ୨୦୨୨-୨୩ବର୍ଷର ବଜେଟ ଘୋଷଣା ପରେ ପ୍ରଥମ ଥର ଲାଗି କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଗସ୍ତରେ ଓଡିଶା ଆସୁଛନ୍ତି ।
କେନ୍ଦ୍ରରେ ମୋଦି ସରକାରଙ୍କ ‘ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା’ ଓ ଗତ ୧ ତାରିଖରେ ଉପସ୍ଥାପିତ ‘ବଜେଟ୍ -୨୦୨୨’ ପ୍ରସଙ୍ଗରେ ବିସ୍ତୃତ ତଥ୍ୟ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ।
ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଓଡିଶ ଆସି ରବିବାର ମଧ୍ୟାହ୍ନ ୧୨ଟା ୫ରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ । ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏସମ୍ପର୍କରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।
Powered by Froala Editor