ମାର୍ଚ୍ଚ ମାସରୁ ଆରମ୍ଭ ହେବ +୨ ବୋର୍ଡ ପରୀକ୍ଷା
ଭୁବନେଶ୍ୱର: ଚଳିତବର୍ଷ +୨ ବୋର୍ଡ ପରୀକ୍ଷା ଓ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ମାସରୁ ଆରମ୍ଭ ହେବ । ଥିଓରି ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୨୨ତଥା ଶେଷ ସପ୍ତାହରୁ ଆରମ୍ଭ ବୋଲି ଜଣାପଡିଛି ।
ତେବେ ଚଳିତବର୍ଷ ର ପ୍ରାକ୍ଟିକାଲ ପରୀକ୍ଷା ଲାଗି ଚୂଡାନ୍ତ ପ୍ରଶ୍ନପତ୍ର ପହଞ୍ଚିଥିବାବେଳେ ଥିଓରୀ ପ୍ରଶ୍ନପତ୍ର ସମୀକ୍ଷା କରାଯିବା ପରେ ଚୂଡାନ୍ତ ପ୍ରିଣ୍ଟ ଲାଗି ହାଇଦ୍ରାବାଦ ପଠାଯାଇଛି । ଚଳିତ ବର୍ଷ ରାଜ୍ୟର ୨ହଜାରରୁ ଅଧିକ ଜୁନିୟର କଲେଜର ପ୍ରାୟ ସାଢେ ୪ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ଆପାତତଃ ୧୧୭୦ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଶ୍ନପତ୍ର ରଖିବା ଲାଗି ୬୫ରୁ ଅଧିକ ହବ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।
ଗତବର୍ଷ ଯୁକ୍ତ ୨ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିଲା । ମାତ୍ର ଚଳିତ ବର୍ଷ ନିଶ୍ଚିନ୍ତ ଭାବେ ପରୀକ୍ଷା କରାଯିବା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ପରୀକ୍ଷା ପରିଚାଳନା, ମୂଲ୍ୟାଙ୍କନ, ଫଳ ପ୍ରକାଶରେ ସର୍ବାଧିକ ସ୍ୱଚ୍ଛତା ଆଣିବା ଲାଗି ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାବେଳେ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।
Powered by Froala Editor