‘ଷ୍ଟାଚ୍ୟୁ ଅଫ ଇକ୍ଵାଲିଟି’ ଲୋକାର୍ପିତ
ଶମସାବାଦରେ ‘ଷ୍ଟାଚ୍ୟୁ୍ ଅଫ ଇକ୍ଵାଲିଟି’ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭକ୍ତି ଆନ୍ଦୋଳନର ପୁରୋଧା ସନ୍ଥ ରାମାନୁଜଙ୍କ ୧୦୦୦ତମ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିକୁ ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୧୬ ଫୁଟ ଉଚ୍ଚ ଷ୍ଟେଚ୍ୟୁ ଅଫ ଇକ୍ୱାଲିଟିର ପ୍ରତିମା ସନ୍ଥ ରାମାନୁଜ ଆଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି। ରାମାନୁଜ ଆଚାର୍ଯ୍ୟ ଜାତି ଏବଂ ବର୍ଗରେ ଉପରେ ଜୀବନର ସମସ୍ତ ଦିଗରେ ସମାନତା ଉପରେ କାମ କରିଥିଲେ। ଏହାକୁ ପାଞ୍ଚଟି ଧାତୁରେ ନିର୍ମାଣ କରାଯାଇଛି । ଏଥିରେ ସୁନା, ରୁପା, ତମ୍ୱା, ପିତ୍ତଲ ଏବଂ ଜିଙ୍କ ରହିଛି।
ଏହା ‘ଭଦ୍ରା ବେଦୀ’ର ୫୪ ଫୁଟ ଉଚ୍ଚ ବେସ୍ ବିଲ୍ଡିଂରେ ପ୍ରତିଷ୍ଠିତ ହୋଇଛି । ଏଥିରେ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ପ୍ରେକ୍ଷାଳୟ ସହ ଏକ ଶିକ୍ଷଣୀୟ ଗ୍ୟାଲେରୀ ରହିଛି । ଯେଉଁଥିରେ ରାମାନୁଜ ଆଚାର୍ଯ୍ୟଙ୍କ ଅନେକ କାର୍ଯ୍ୟର ବିବରଣୀ ଉପସ୍ଥାପିତ ହୋଇଛି। ଏହା ପୂର୍ବରୁ ସେ ହାଇଦ୍ରାବାଦର ପାଟନଚେରୁ ସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ICRISATର ୫୦ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ।
Powered by Froala Editor