ପୁଣି ଅସୁସ୍ଥ ହେଲେ ଲତା, ଆଇସିୟୁରେ ଭର୍ତ୍ତି
ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଯାଇଛି । ଫଳରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଭେଣ୍ଟଲେଟରରେ ନିୟମିତ ଭାବେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଏନେଇ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।
୫ଦିନ ପୂର୍ବରୁ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ, ‘ଲତାଜୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଛି । ମୁଁ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛି । କରୋନାରୁ ମୁକ୍ତ ହୋଇଥିବା ବେଳେ ନିମୋନିଆ ମଧ୍ୟ କମି ଯାଇଛି । ଏବେ ତାଙ୍କୁ କେବଳ ଅକ୍ସିଜେନ ଦିଆଯାଉଛି । ସେ ଆଖି ଖୋଲିବା ସହ ଡାକ୍ତରଙ୍କ ସହ କଥା ମଧ୍ୟ ହେଉଛନ୍ତି । କରୋନା ସଂକ୍ରମଣ ହେବା ପରେ ସେ କିଛି ମାତ୍ରାରେ ଦୁର୍ବଳ ହୋଇପଡିଛନ୍ତି ।’ କିନ୍ତୁ ଏବେ ଜଣାପଡିଛି ଯେ, ଲତାଙ୍କୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଟିମ୍ ଲଗାତାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।
ତେବେ ଲତାଜୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ମିଛ ଖବର ପ୍ରଚାରିତ ହୋଇଥିଲା । ଏହାପରେ ଲତାଜୀଙ୍କ ପରିବାର ପକ୍ଷରୁ ଟ୍ବିଟ୍ କରି ଏମିତି ଖବରକୁ ଗୁଜବ ବୋଲି କହିଥିଲେ । ଦୟାକରି ଏମିତି ମିଛ ଖବର ପ୍ରଚାର ବନ୍ଦ କରିବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା ।
Powered by Froala Editor