ଏନକାଉଣ୍ଟର:ଟଳିଲେ ଦୁଇ ଆତଙ୍କୀ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଜାକୁରା ଅଞ୍ଚଳରେ ଏନକାଉଣ୍ଟର। ଶ୍ରୀନଗର ପୋଲିସ କର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କୀ । ୨ ଆତଙ୍କୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜାମ ବୋଲି ଜଣାପଡିଛି । ଯିଏକି ଅନନ୍ତନାଗର ହାସନପୋରାରେ ଏଚସି ଅଲି ମହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଆଇଜିପି କାଶ୍ମୀର ସୂଚନା ଦେଇଛି । ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ବନ୍ଧୁକ ଏବଂ ମାରଣାସ୍ତ୍ର ଜବତ କରାଯାଇଛି ।
ତେବେ ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରହିଛି ।
Powered by Froala Editor