ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାଗତ ବାର୍ତ୍ତା ଦେଲେ ରତନ ଟାଟା
ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟା ଏୟାର ଇଣ୍ଡିଆର ଯାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ସୁପରିଚାଳିତ କରିବା ପାଇଁ ପ୍ରତିଜ୍ଞା କରିବା ସହିତ ଯାତ୍ରୀମାନଙ୍କୁ ଉତ୍ସାହର ସହ ସ୍ଵାଗତ କରିଛନ୍ତି।
ସେ କହିଛନ୍ତି, ଏୟାର ଇଣ୍ଡିଆର ଯାତ୍ରାଙ୍କୁ ସ୍ୱତନ୍ତ୍ର ସ୍ୱାଗତ । ଯାତ୍ରୀମାନଙ୍କ ସୁବିଧା ତଥା ସେବା ଦୃଷ୍ଟିରୁ ଏୟାର ଇଣ୍ଡିଆକୁ ପସନ୍ଦଯୋଗ୍ୟ ବିମାନ ସେବା କରିବାକୁ ଚେଷ୍ଟା କରୁଛି । ଏୟାର ଇଣ୍ଡିଆକୁ ପସନ୍ଦଯୋଗ୍ୟ ଏୟାର ଲାଇନ୍ ଭାବେ ଗଢ଼ିବାକୁ ମିଳିମିଶି କାମ କରିବାକୁ ଟାଟା ଗ୍ରୁପ ଉତ୍ସାହିତ ଅଛି। ଏୟାରଲାଇନ୍ସ ମଧ୍ୟ ଏହି ବାର୍ତ୍ତା ସୋସିଆଲ ମିଡିଆରେ ସେୟାର ହୋଇଛି ।
ଏୟାର ଇଣ୍ଡିଆ ରେକର୍ଡ କରାଯାଇଥିବା ବାର୍ତ୍ତାକୁ ଇନଷ୍ଟାଗ୍ରାମ ଓ ଟ୍ଵିଟରରେ ସେୟାର କରି ଲେଖିଛି, ଟାଟା ସନ୍ସର ଚେୟାରମ୍ୟାନ ଶ୍ରୀଯୁକ୍ତ ରତନ ଟାଟା ଉତ୍ସାହର ସହ ଏଆର ଇଣ୍ଡିଆର ଯାତ୍ରୀଙ୍କୁ ସ୍ଵାଗତ କରିଛନ୍ତି।
ସୂଚନା ଯେ, ସରକାର ବିମାନ ସେବା ନିୟନ୍ତ୍ରଣ କରିବାର ପ୍ରାୟ ୬୯ ବର୍ଷ ପରେ ଏୟାର ଇଣ୍ଡିଆ ଆନୁଷ୍ଠାନିକ ଭାବରେ ଟାଟା ଗ୍ରୁପକୁ ପୁଣି ଫେରି ଆସିଥିଲା ।
Powered by Froala Editor