‘ଅର୍ଥବ ଦ ଅରିଜିନ୍’ରେ ଧୋନୀଙ୍କ ନୂଆ ଅବତାର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଅବତାର ଦେଖି ପ୍ରଶଂସାରେ ପୋତି ପକାଇଲେଣି ତାଙ୍କ ଫ୍ୟାନ୍ ମାନେ । କ୍ରିକେଟ ମଇଦାନରେ ଛକା ଓ ଚଉକା ମାରୁଥିବା ଧୋନୀ ଆଗାମୀ ୱେବ୍ ସିରିଜ୍ ‘ଅର୍ଥବ ଦ ଅରିଜିନ୍’ର ଟିଜର ଶେୟାର କରିଛନ୍ତି। ଧୋନୀଙ୍କ ଏହି ଲୁକ୍ ଦେଖି ପ୍ରଶଂସକ ବେଶ ଖୁସି ବ୍ୟକ୍ତ କରିଛନ୍ତି ।
ଏହି ଭିଡିଓ କ୍ଲିପ୍ ମାଧ୍ୟମରେ ଆନିମେଟେଡ୍ ଅବତାରରେ ନଜର ଆସିଛନ୍ତି ଧୋନୀ । ଏହି ଗ୍ରାଫିକ୍ ଉପନ୍ୟାସର ଆଖ୍ୟା ହେଉଛି ଅର୍ଥବ- ଦି ଅରିଜିନ୍ । ଏହା ରମେଶ ଥାମିଲାନୀଙ୍କ ଏକ କାହାଣୀ ଉପରେ ଆଧାରିତ । ପ୍ରଥମ ଲୁକ୍ କ୍ଲିପ୍ ରେ ଧୋନୀ ଯୁଦ୍ଧ କ୍ଷେତ୍ରରେ ନଜର ଆସିଛନ୍ତି । ଏଥିରେ ତାଙ୍କର ଅବତାର ଦାନବ ଭଳି ହୋଇଛି, ଯିଏକି ସୈନ୍ୟ ବିରୁଦ୍ଧରେ ଲଢେଇ କରୁଛି । ଧୋନୀଙ୍କ ମୁଣ୍ଡରେ ଜଟ୍ଟା ଦେଖାଯାଉଛି। ଏହାସହ ସେ ଏକେଲା ହିଁ ଅନେକ ରାକ୍ଷସଙ୍କ ସାମ୍ନା କରୁଥିବା ନଜର ଆସୁଛନ୍ତି। ଏବେ ସୋସିଆଲ ମିଡିଆରେ ଧୋନୀଙ୍କ ଏହି ନୂଆ ଅବତାର ବେଶ ପ୍ରଶଂସା ସାଉଁଟିବା ସହ ଭାଇରାଲ ହେଉଛି।
‘ଅର୍ଥବ ଦ ଅରିଜିନ୍’ର ଏହି ଟିଜରରେ ପ୍ରଂଶସକ ତାଙ୍କୁ ସୁପରହିରୋର ଆଖ୍ୟା ଦେଉଛନ୍ତି। ଲେଖକ ରମେଶ ଥାମିଲାନୀ ଏହି ସିରିଜ ଜରିଆରେ ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେବାକୁ ଚେଷ୍ଟା କରୁଛନ୍ତି। ଏହାସହ ସିରିଜ କାହାଣୀ ପ୍ରତ୍ୟେକ ସମୟରେ ଭିନ୍ନ ଓ ରୋମାଞ୍ଚକର କରିବା ପାଇଁ ଅନେକ ବର୍ଷ ହେବ କାମ ଜାରି ରଖିଛନ୍ତି।
Powered by Froala Editor