ସମ୍ବଲପୁର ହୋମିଓପାଥି ମେଡିକାଲ କଲେଜରେ ରାଗିଂ

ସମ୍ବଲପୁର : ମାଝୀପାଲି ସ୍ଥିତ ହୋମିଓପାଥି ମେଡିକାଲ କଲେଜର ୪ ଜଣ ଛାତ୍ରୀଙ୍କୁ ରାଗିଂ କରାଯାଇଛି । କିଛି ଛାତ୍ରଙ୍କ ଉପସ୍ଥିତିରେ ୪ ଜଣ ଛାତ୍ରୀକୁ ନଗ୍ନ କରାଯାଇ ଅଶ୍ଲିଳ ଭାଷାରେ ଗାଲି ଗୁଲଜ କରାଯାଇଥିଲା। ଏନେଇ ଦିଲ୍ଲି ସ୍ଥିତ ଆଣ୍ଟିରାଗିଂ ସେଲରେ ଅଭିଯୋଗ ହୋଇଛି ।
ମେଡିକଲା କଲେଜର ମହିଳା ଛାତ୍ରୀ ନିବାସର ଦ୍ବିତୀୟ ବର୍ଷର କିଛି ବରିଷ୍ଠ ଛାତ୍ରୀଙ୍କ ଦ୍ଵାରା ବାରମ୍ବାର ନିର୍ୟ୍ୟାତନା ଦେଉଥିଲେ । ଗତ ୩୧ ତାରିଖ ସଂଦ୍ଧ୍ୟାରେ ଜୁନିୟର ଛାତ୍ରୀ ନିଜ ହଷ୍ଟେଲରେ ବସିଥିବା ସମୟରେ କିଛି ସିନିୟର ଛାତ୍ରୀ ଓ ଜଣେ ଛାତ୍ର ଯାଇଥିଲେ । ଏହି ସମୟରେ ସିନିୟର ଛାତ୍ରୀ ଓ ଛାତ୍ର ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହେଵା କହିଥିଲେ । ମନା କରିବାରୁ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।