ମାର୍ଚ୍ଚ ୧୧ରେ ରିଲିଜ ହେବ ‘ରାଧେ ଶ୍ୟାମ’

କରୋନା କଟକଣା ପାଇଁ ଅଟକିଥିବା ‘ରାଧେ ଶ୍ୟାମ’ ଫିଲ୍ମର ରିଲିଜ ଡେଟ୍ ଘୋଷଣା ହୋଇଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ବଡ ପରଦାକୁ ଆସିବ ବୋଲି ସୂଚନା ମିଳିଛି । ‘ରାଧେ ଶ୍ୟାମ’ ଟ୍ବିଟର ପେଜ୍ରୁ ଫିଲ୍ମ ସମ୍ପର୍କରେ ଏକ ଟ୍ବିଟ୍ ହୋଇଛି। ଟ୍ବିଟ୍ରେ ଲେଖାଯାଇଛି ଯେ, ଏହି ଲଭ୍ ଷ୍ଟୋରୀ ହଲ୍ରେ ମାର୍ଚ୍ଚ ୧୧ରେ ଆସିବାକୁ ଯାଉଛି।
ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ପୂଜାଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। କିନ୍ତୁ ରିଲିଜ୍ ତାରିଖକୁ ନେଇ ଦ୍ବନ୍ଦ ଲାଗିରହିଥିଲା। ଜାନୁଆରୀ ୧୪ ରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା କଟକଣା ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା। ଫିଲ୍ମ ମେକର ଫିଲ୍ମର ନୂଆ ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି।
Powered by Froala Editor