ବାଇକ୍ ଧକ୍କା ଘଟଣାକୁ ନେଇ ଗୁଳିକାଣ୍ଡ, ୩ ଆହତ
ନୂଆଦିଲ୍ଲୀ ଲାଲକିଲ୍ଲା ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ଘଟିଛି । ଯେଉଁଥିରେ ୩ ଜଣଙ୍କ ଦେହରେ ଗୁଳି ବାଜିବାରୁ ସେମାନେ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ଭିଡିଓ ସିସିଟିଭିରେ କଏଦ ହୋଇଯାଇଛି । ତେବେ ଆଶ୍ଚର୍ଯ୍ୟକର କଥା, ଘଟଣାସ୍ଥଳରୁ ପୋଲିସ ଆଉଟ୍ ପୋଷ୍ଟ ମାତ୍ର ୧୦୦ ମିଟର ଦୂରରେ ଥିଲେ ମଧ୍ୟ ପୋଲିସ ସେଠାରେ ପହଞ୍ଚି ପାରିନଥିଲା ।
ସୂଚନା ଅନୁଯାୟୀ, ମହମ୍ମଦ ସାହିଦ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ସ୍କୁଟିରେ ଯାଉଥିଲେ । ରାସ୍ତାରେ ଯିବାବେଳେ ତାଙ୍କ ସ୍କୁଟି ଆଉ ଏକ ବାଇକ୍କୁ ଧକ୍କା ଦେଇଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଝଗଡା ଉଗ୍ର ରୂପ ନେଇଥିଲା । ଧକ୍କା ଦେଇଥିବା ବ୍ୟକ୍ତିଜଣକ ଫୋନକରି ତାର ଭାଇ ଏବଂ ବନ୍ଧୁମାନଙ୍କୁ ଡାକିଥିଲା । ଅନ୍ୟପଟେ ସାହିଦ ମଧ୍ୟ ତାଙ୍କର ଭାଇଙ୍କୁ ଡାକିଥିଲେ । ଝଗଡା ଉଗ୍ରରୂପ ନେଇଥିଲା ଏବଂ ସେମାନଙ୍କ ମଧ୍ୟରୁ କେହି ଗୁଳି ମାଡ ମଧ୍ୟ କରିଥିଲା । ତେବେ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଏତେ ମାତ୍ରାରେ ତୀବ୍ର ହୋଇଯାଇଥିଲା ଯେ, କିଛି ବ୍ୟକ୍ତି ଆଖିବୁଜା ଗୁଳି ମାଡ କରିଥିଲେ । ୩ ଜଣଙ୍କ ଶରୀରରେ ଗୁଳି ବାଜିଥିବା ଜଣାପଡିଛି ।
Powered by Froala Editor