‘ମୁଁ ଅଧିନାୟକ ହେବାକୁ ହକଦାର ଥିଲି, କିନ୍ତୁ କେହି କେବେ ଧ୍ୟାନ ଦେଇନାହାନ୍ତି

କ୍ରିକେଟରୁ ଅବସର ନେବା ପରେ ଭାରତୀ ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂହ ବିସିସିଆଇ ଉପରେ ଖୁବ୍ ବର୍ଷିଛନ୍ତି। ବିସିସିଆଇ ଏବଂ ଅନ୍ୟ କିଛି ଖେଳାଳିଙ୍କୁ ନେଇ ସେ ଗୋଟିଏ ପରେ ଗୋଟିଏ ବାଣ ଛାଡୁଛନ୍ତି । ହରଭଜନ କହିଛନ୍ତି ଯେ, ହରଭଜନଙ୍କ କହିବା ଅନୁଯାୟୀ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ତାଙ୍କୁ ସମର୍ଥନ ମିଳିନଥିଲା, ଯେଉଁ କାରଣରୁ ତାଙ୍କ କ୍ୟାରିୟରର ପତନ ହୋଇଥିଲା।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହରଭଜନ କହିଛନ୍ତି, ‘ମୁଁ ଅଧିନାୟକ ହେବାକୁ ହକଦାର ଥିଲି । କିନ୍ତୁ ଏଥି ପ୍ରତି କେହି କେବେ ଧ୍ୟାନ ଦେଇନାହାନ୍ତି । ବିସିସିଆଇର ମୋର କେହି ଖାସ୍ ନଥିଲେ କିମ୍ବା ମୁଁ କାହାରିକୁ ଭଲରେ ଜାଣିନଥିଲି । ନଚେତ୍ ଅଧିନାୟକ ହେବାନେଇ କଥା ଆଗକୁ ବଢିଥାନ୍ତା । କାରଣ ଜାତୀୟ ଦଳର ଅଧିନାୟକ ହେବାକୁ ହେଲେ ବିସିସିଆଇରେ ଆପଣଙ୍କ ପରିଚିତ ତଥା ଖାସ୍ କେହି ରହିବା ନିହାତି ଆବଶ୍ୟକ । କ୍ୟାପଟେନ୍ ପାଇଁ ଫିଟ୍ ଥିଲି କିନ୍ତୁ ଦେଶ ପାଇଁ ପଦପଦବୀ ବ୍ୟତିତ ଜଣେ ଦାୟିତ୍ବବାନ୍ ଖେଳାଳି ଭାବେ ନିଜର କର୍ତ୍ତବ୍ୟ କରିବାରେ ସବୁବେଳେ ଖୁସି ହୋଇଛି ।’
ଏମ୍ଏସ୍ ଧୋନୀଙ୍କୁ ନେଇ ହରଭଜନ କହିଛନ୍ତି, ‘ଧୋନୀଙ୍କୁ ନେଇ ମୋର କୌଣସି ଅଭିଯୋଗ ନାହିଁ । ଦୀର୍ଘ ବର୍ଷ ଧରି ସେ ମୋର ଜଣେ ଭଲ ବନ୍ଧୁ ରହିଆସିଛନ୍ତି । ମୋତେ କେବଳ ବିସିସିଆଇକୁ ନେଇ ଅଭିଯୋଗ ରହିଛି । ମୁଁ ଏ ନେଇ ଥରେ ଚୟନକର୍ତ୍ତାକୁ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ ।’
୪୧ ବର୍ଷୀୟ ଭଜି ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ହରଭଜନ ଭାରତ ପକ୍ଷରୁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୬ରେ ଖେଳିଥିଲେ।
Powered by Froala Editor