ଏହି ଜିଲ୍ଲାରେ ଟିକାକରଣ ବନ୍ଦ, କ’ଣ ପାଇଁ ଜାଣନ୍ତୁ?

ଭୁବନେଶ୍ବର : ଆଜି ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯିବାକୁ ଯୋଜନା ଥିବାବେଳେ ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲାରେ ଟିକାକରଣ ବନ୍ଦ ରହିବ। ଖୋର୍ଦ୍ଧା ଜିଲାରେ ଟିକାକରଣ ବନ୍ଦ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ବର ଅଞ୍ଚଳରେ କିନ୍ତୁ ଟିକାକରଣ ଚାଲିବ ବୋଲି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କୁ ମାଗଣାରେ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏଥିରେ ବିଳମ୍ବ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଅଗ୍ରିମ ଦେଇଥିଲେ ମଧ୍ୟ ଟିକା ମେ’ ପହିଲା ସୁଦ୍ଧା ମିଳିପାରିବନି। ତେଣୁ ଟିକା ସେଠାରୁ ଆସିବା ପେର ଟିକାକରଣ ହେବ। ଅନ୍ୟପକ୍ଷରେ କେନ୍ଦ୍ର ପଠାଉଥିବା ଟିକା ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
Powered by Froala Editor