‘ବାପା ମୁଁ ଆତ୍ମହତ୍ୟା କରିବାକୁ ଯାଉଛି’
ହୋଟେଲର ଷଷ୍ଠ ମହଲାରୁ ଡେଇଁ ଜଣେ ମଡେଲ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ରାଜସ୍ଥାନ ଯୋଧପୁରରେ ଏ ଘଟଣା ଘଟିଛି । ମଡେଲ ଜଣକ ହେଉଛନ୍ତି ଗୁନଗୁନ ଉପାଧ୍ୟାୟ । ତେବେ ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ବାପାଙ୍କୁ ଫୋନ୍ କରି ଆତ୍ମହତ୍ୟା କରିବା କଥା କହିଥିଲେ । ଆଉ ତାପରେ ଷଷ୍ଠ ମହଲାରୁ ଡେଇଁ ପଡିଥିଲେ ।
ଗୁନ୍ଗୁନ୍ ଉପାଧ୍ୟାୟ ଜଣେ ଫ୍ୟାସନ୍ ମଡେଲ୍। ତାଙ୍କ ଘର ଯୋଧପୁର ସହରରେ। ଗତ ଶନିବାର ରାତିରେ ସେ ଉଦୟପୁରରୁ ଯୋଧପୁରକୁ ଫେରିଥିଲେ। ତେବେ ଘରକୁ ନଯାଇ ଏକ ହୋଟେଲରେ ରହିଥିଲେ।
ଗୁନ୍ଗୁନ୍ ହୋଟେଲରୁ ତାଙ୍କ ବାପାଙ୍କୁ ଫୋନ୍ କରି ଆତ୍ମହତ୍ୟା କରିବାକୁ ଯାଉଥିବା କଥା କହିଥିଲେ। ଏହା ଶୁଣି ତାଙ୍କ ବାପା ପୁଲିସ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ। ପୁଲିସ୍ ଗୁନ୍ଗୁନ୍ଙ୍କ ଫୋନ୍ ଟ୍ରାକ୍ କରି ହୋଟେଲ୍ରେ ପହଞ୍ଚିଥିଲା। ହେଲେ ସେତେବେଳକୁ ସେ ହୋଟେଲ୍ରୁ ଷଷ୍ଠ ମହଲାରୁ ଡେଇଁ ସାରିଥିଲେ। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କ ଛାତିର କିଛି ହାଡ଼ ବି ଭାଙ୍ଗିଛି। ଗୁନ୍ଗୁନ୍ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନି। ପୁଲିସ୍ ଘଟଣାର ଛାନ୍ଭିନ୍ ଜାରି ରଖିଛି। ପୁଲିସ୍ କହିଛି ଯେ ଏବେ ସେ କିଛି କହିବା ସ୍ଥିତିରେ ନାହାନ୍ତି।
Powered by Froala Editor