ଏଣିକି ଗୋଟିଏ ଡିଜିଟାଲ ୟୁନିକ ଆଇଡିରେ ରହିବ ସବୁ ପରିଚୟ ପତ୍ର
ଏଣିକି ଗୋଟିଏ ଡିଜିଟାଲ ୟୁନିକ ଆଇଡିରେ ରହିବ ସବୁ ପରିଚୟ ପତ୍ର । ପାସପୋର୍ଟଠୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ଆଧାର ଓ ପ୍ୟାନ କାର୍ଡ ଲିଙ୍କ୍ କରାଯିବ । ଏଥିପାଇଁ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କାମ କରୁଛି । ମନ୍ତ୍ରଣାଳୟ ଫେଡରେଟେଡ୍ ଡିଜିଟାଲ୍ ଆଇଡେଣ୍ଟିଟ୍ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଇଛି । ତଦନୁସାରେ, ନାଗରିକଙ୍କ ସମସ୍ତ ପରିଚୟ ପତ୍ରକୁ ଅନ୍ୟ ଆଇଡି ସହ ଯୋଡ଼ା ଯିବ ।
ପ୍ରସ୍ତାବ ଅନୁସାରେ, ଫେଡରେଟେଡ୍ ଡିଜିଟାଲ୍ ପରିଚୟପତ୍ର ଏକ ରେଜିଷ୍ଟ୍ରି ଚାବି ଭାବେ କାମ କରିବ । ଯେଉଁଠି ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଇଡି ସଂଗୃହୀତ ହେବ । ନାଗରିକ ଇ-କେୱାଇସି ମାଧ୍ୟମରେ ଅନ୍ୟ ତୃତୀୟ ପକ୍ଷ ସେବା ପାଇବା ଲାଗି ଏହି ଡିଜିଟାଲ୍ ଆଇଡିର ଉପଯୋଗ କରି ପାରିବେ । ପ୍ରସ୍ତାବକୁ ମନ୍ତ୍ରଣାଳୟ ଖୁବଶୀଘ୍ର ସାର୍ବଜନୀନ କରିବ ବୋଲି ସୂଚନା ରହିଛି ।
Powered by Froala Editor