ସିନ୍ଧ ନଦୀରେ ଓଲଟିଲା ଡଙ୍ଗା : ୮ ଉଦ୍ଧାର, ଏବେବି ୨ ନିଖୋଜ

ମଧ୍ୟପ୍ରଦେଶରେ ଭିଣ୍ଡରେ ଥିବା ସିନ୍ଧ ନଦୀରେ ୧୦ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟିପଡ଼ିଛି। ଘଟଣାସ୍ଥଳରୁ ୧୦ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏବେ ବି ୨ଜଣ ନିଖୋଜ ଅଛନ୍ତି। କ୍ୟାମେରାରେ ଏହି ଛାତିଥରା ଘଟଣାର ଦୃଶ୍ୟ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ଡଙ୍ଗାରେ ବସିଛନ୍ତି । ତା’ପରେ ଡଙ୍ଗା ଗୋଟିଏ ପାର୍ଶ୍ୱରୁ ବୁଡ଼ିବାକୁ ଲାଗୁଛି । ଆସ୍ତେ ଆସ୍ତେ କିଛି ସମୟ ପରେ ଡଙ୍ଗାଟି ସଂପୂର୍ଣ୍ଣ ପାଣିରେ ବୁଡ଼ି ଯାଉଛି । ଏହା ଦେଖି ନଦୀ କୂଳରେ ଠିଆ ହୋଇଥିବା ଲୋକମାନେ ସାହାଯ୍ୟ ପାଇଁ ନିବେଦନ କରୁଥିବା ଦେଖାଯାଉଛି। କିଛି ଲୋକ ବୁଡ଼ିଯାଉଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନଦୀକୁ ଡେଇଁପଡୁଥିବା ମଧ୍ୟ ଦେଖାଯାଉଛି।
ସୂଚନା ଥାଉକି, ଡଙ୍ଗାରେ ଯାଉଥିବା ଲୋକମାନେ ଏକ ଧାର୍ମିକ ଭୋଜିରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଡଙ୍ଗା ବୁଡିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟିକୁ ନଦୀ ଏପାଖରେ ଜଣେ ମୋବାଇଲରେ ସୁଟିଂ କରିଥିଲେ । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।
Powered by Froala Editor