ଇଜ୍ରାଏଲ୍ ଠାରୁ ପେଗାସସ୍ ସ୍ପାଏଓ୍ୱେର କିଣିଥିଲେ ଭାରତ ସରକାର : ନିଉ ୟର୍କ ଟାଇମ୍ସ
ପେଗାସସ୍ ସ୍ପାଏଓ୍ୱେରକୁ ନେଇ ନୂଆ ଖୁଲାସା ହୋଇଛି । ଇଜ୍ରାଏଲୀୟ ସ୍ପାଇୱେର୍ ‘ପେଗାସସ୍’ ଏବଂ ଏକ ‘ମିସାଇଲ୍ ସିଷ୍ଟମ୍’ ୨୦୧୭ରେ ଭାରତ ଏବଂ ଇଜ୍ରାଏଲ୍ ମଧ୍ୟରେ ହୋଇଥିବା ପ୍ରାୟ ୨ ବିଲିୟନ୍ ଡଲାର୍ ରାଜିନାମାର ପ୍ରଧାନ ସାମଗ୍ରୀ ଥିଲା ବୋଲି ‘ନ୍ୟୁୟର୍କ ଟାଇମ୍ସ୍’ରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି। ୨୦୧୭ରେ ବିପୁଳ ଟଙ୍କା ଦେଇ ଇଜ୍ରାଏଲ୍ ଠାରୁ ପେଗାସସ୍ ସ୍ପାଏଓ୍ୱେର କିଣିଥିଲେ ଭାରତ ସରକାର । ଦୁଇ ଆରବ ଡଲାରରେ ଡିଲ୍ ଫାଇନାଲ ହୋଇଥିଲା । ଇଜ୍ରାଏଲ୍ ସହ ଭାରତ ସରକାର ଏହି ଡିଲ୍ କରିଥିଲେ ।
The New York Times ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଆମେରିକାର ଘରୋଇ ସିକ୍ୟୁରିଟି ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ମଧ୍ୟ ଏହି ସ୍ପାଏଓ୍ୱେର କିଣିବା ସହ ଏହାର ପରୀକ୍ଷଣ କରିଥିଲା । ଏହି ସ୍ପାଏଓ୍ୱେର ଭାରତ ସମେତ ପୋଲାଣ୍ଡ ଓ ହଙ୍ଗେରୀକୁ ବିକ୍ରି କରିଛି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହି ରିପୋର୍ଟରେ ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ସମୟରେ ଉଭୟ ଦେଶ ଦୁଇ ବିଲିୟନ ଡଲାରରେ ଏହି ଅସ୍ତ୍ରଶସ୍ତ୍ର ଓ ଇଣ୍ଟେଲିଜେନ୍ସ ଡିଲ୍ ଫାଇନାଲ କରିବାକୁ ସହମତି ବ୍ୟକ୍ତ କରିଥିଲେ । ଏହି ଡିଲରେ ପେଗାସସ୍ ଓ ମିଶାଇଲ ସିଷ୍ଟମ ସାମିଲ ରହିଛି ।
କିନ୍ତୁ, ଏହାକୁ କୌଣସି ଘରୋଇ କମ୍ପାନି ଏମିତି କି, ପ୍ରାଦେଶିକ ଗୁଇନ୍ଦା ଏଜେନ୍ସିଙ୍କୁ ମଧ୍ୟ ବ୍ୟବହାର କରାଇ ନ ଦେବାକୁ କମ୍ପାନି ସର୍ତ୍ତ ରଖିଛି। ମାତ୍ର, ଯେକୌଣସି ଆଇଫୋନ୍ କିଂବା ଏଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍କୁ କ୍ରାକ୍ କରି ସେଥିରୁ ‘ଏନ୍କ୍ରିପ୍ଟେଡ୍ କମ୍ୟୁନିକେସନ୍’ ସଂଗ୍ରହ ପାଇଁ ଏହାକୁ ଆଇନ ଅନୁଯାୟୀ ବ୍ୟବହାର କରିହେବ ବୋଲି କମ୍ପାନି କହିଛି।
Powered by Froala Editor