ଧାମରା ବ୍ରିଜ୍ ତଳୁ ଜବତ ହେଲା ବ୍ରାଉନସୁଗର

ଭଦ୍ରକରୁ ପୁଣିଥରେ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ନିକଟସ୍ଥ ଧାମରା ବ୍ରିଜ ତଳେ ତଲାସି ଚାଲିଥିବା ବେଳେ ୨୬୫ ଗ୍ରାମ ବ୍ରାଉନସୁଗର ପୋଲିସ୍ ଜବତ କରିଥିଲା । ଏଥିରେ ଜଡ଼ିତ ଥିବା ଦୁଇ ମହିଳାଙ୍କ ସମେତ ୪ ଜଣଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଛି । ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା ।
ଗତକାଲି କୌଣସି ସୁତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଏକ ଟିମ ଚରମ୍ପା ନିକଟସ୍ଥ ଜାତୀୟ ରାଜପଥର ଧାମରା ବ୍ରିଜଠାରେ ଛକି ରହିଥିଲେ । ଏକ ନମ୍ବର ବିହୀନ ବାଇକରେ ଆସୁଥିବା ୨ ଯୁବକଙ୍କୁ ଅଟକାଇ ଯାଞ୍ଚ ବେଳେ ସେମାନଙ୍କ ଠାରୁ ବ୍ରାଉନସୁଗର ଜବତ କରିଥିଲା ପୋଲିସ । ପରେ ଅଧିକ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ମହିଳା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।
Powered by Froala Editor