କୋଭିଡ୍ ନିୟମ ଉଲ୍ଲଂଘନ : ମାର୍କେଟ୍ ବିଲ୍ଡିଂ ସିଲ୍ କଲା ବିଏମ୍ସି

କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ କରିଛି ମ୍ୟୁନିସିପାଲିଟି କର୍ପୋରେସନ୍ । ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍ କଲା ବିଏମ୍ସି । ବାରମ୍ବାର ଚେତାଇବା ପରେ ମଧ୍ୟ ଲୋକମାନେ ଗାଇଡ୍ଲାଇନ୍ ମାନୁନଥିବାରୁ ବିଏମସି ଏଭଳି ପଦକ୍ଷେପ ନେଇଛି । କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗ ପରେ ବିଏମସି ଏବଂ କମିସନରେଟ୍ ପୋଲିସ ପକ୍ଷରୁ ମଳିତ ଚଢଉ କରାଯାଇଥିଲା । ଚଢଉ ବେଳେ ଲୋକମାନେ କୋଭିଡ୍ ନିୟମକୁ ଫୁ କରି ପ୍ରବଳ ଭିଡ ଜମାଇଥିଲେ । ତେବେ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ଅଛନ୍ତି ୧୦୪୪ ଜଣ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାର୍କେଟ ବିଲ୍ଡିଂରେ ଲୋକମାନେ କରୋନା ଗାଇଡ୍ଲାଇନ୍କୁ ଜମା ମାନୁନାହାନ୍ତି। ଏକ ସଙ୍ଗେ ବହୁ ଲୋକ ସପିଂ ମଲ୍ରେ ପଶି ଯାଉଥିବା ଦେଖିବାକୁ ମିଳୁଛି। ଏହାଛଡ଼ା ଖୋଲା ମାର୍କେଟ୍ରେ ଲୋକମାନେ ସାମାଜିକ ଦୂରତାକୁ ମାନୁ ନାହାନ୍ତି। ଯେଉଁଥିପାଇଁ ଆଜି ମାର୍କେଟ ବିଲ୍ଡିଂକୁ ସିଲ୍ କରାଯାଇଛି।
ପ୍ରକୃତରେ ଦେଖିବାକୁ ଗଲେ ଗୁରୁବାର ଓ ଶୁକ୍ରବାର ମାର୍କେଟ ବିଲ୍ଡିଂ ସିଲ୍ ହୋଇଥିବା ବେଳେ ଶନିବାର ଏବଂ ରବିବାର ସାପ୍ତାହିକ ଲକ୍ଡାଉନ୍ ରହିବ। ତେଣୁ ୪ ଦିନ ଧରି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ ରହିବ। ଆସନ୍ତା ସୋମବାର ଖୋଲିବ।
Powered by Froala Editor