ଆତ୍ମହତ୍ୟା ନା ଆଉ କିଛି : ୟେଦ୍ୟୁରପ୍ପାଙ୍କ ନାତୁଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ନାତୁଣୀ ଡାକ୍ତର ସୌନ୍ଦର୍ଯ୍ୟା ନୀରଜଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେଣ୍ଟ୍ରାଲ ବେଙ୍ଗାଳୁରୁର ବସନ୍ତନଗର ଆପାର୍ଟମେଣ୍ଟରୁ ତାଙ୍କର ଝୁଲନ୍ତା ମୃତଦେହହ ଉଦ୍ଧାର ହୋଇଛି । ତାଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସୌନ୍ଦର୍ଯ୍ୟା ପେସାରେ ଜଣେ ଡାକ୍ତର ଥିଲେ। ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା। ତାଙ୍କର ଏକ ୪ ମାସର ଶିଶୁପୁତ୍ର ଅଛି। ତେବେ ମା’ ହେବା ପରଠାରୁ ସେ ଚିନ୍ତାରେ ରହୁଥିଲେ ବୋଲି କୁହାଯାଉଛି। ଆଜି ସକାଳେ ସୌନ୍ଦର୍ଯ୍ୟା ରହୁଥିବା ଘରର କବାଟ ନ ଖୋଲିବାରୁ ଆଟେଣ୍ଡାଣ୍ଟ ଜଣକ ସୌନ୍ଦର୍ଯ୍ୟାଙ୍କ ସ୍ବାମୀ ଡାକ୍ତର ନୀରଜଙ୍କୁ ଖବର ଦେଇଥିଲେ । ପରେ କବାଟ ଭାଙ୍ଗି ଦେଖିବାରୁ ଜଣାପଡିଥିଲା ସୌନ୍ଦର୍ଯ୍ୟା ବେଡରୁମର ସିଲିଂ ଫ୍ୟାନରେ ସୁଇସାଇଡ କରିଛନ୍ତି। ସେ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor