ଅନୁମତି ଦେଲା DCGI : ଖୋଲା ବଜାରରେ ବିକ୍ରି ହେବ କୋଭାକ୍ସିନ୍ ଓ କୋଭିସିଲ୍ଡ
DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । କିଛି ସର୍ତ୍ତ ରଖି ଗୁରୁବାର DCGI ଅନୁମୋଦନ ଦେଇଛି। ନୂଆ ଡ୍ରଗ୍ ଏବଂ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଅନୁଯାୟୀ ଏହି ମଞ୍ଜୁରୀ ଦିଆଯାଇଛି।
ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।
ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ପୂର୍ବରୁ କେବଳ ଜରୁରୀ କାଳୀନ ଦୃଷ୍ଟିରୁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ଼ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଏହି ଟିକା ଉପଲବ୍ଧ କରାଯାଇଥିଲା। ଏବେ ଏହାକୁ ସାଧାରଣ ଭାବେ ଉପଲବ୍ଧ କରାଇବାକୁ ଅନୁମତି ଦିଆଯାଇଛି।
ତେବେ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ନୂଆ ସର୍ତ୍ତ ଅନୁଯାୟୀ ଫାର୍ମ କମ୍ପାନୀ ମାନେ କ୍ଲିକିନିକାଲ ଟ୍ରାଏଲ ଏବଂ ଟିକା ରପ୍ତାନୀ ପୂର୍ବରୁ ସମସ୍ତ ଆବଶ୍ୟକ ତଥ୍ୟ ପୈଠ କରିବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ଆଉ କିଛି ସର୍ତ୍ତ ମଧ୍ୟ ଜାରି କରାଯାଇଛି।
Powered by Froala Editor