ବିବାହ ବନ୍ଧନରେ ବାନ୍ଧି ହେଲେ ମୌନି, ଜାଣନ୍ତୁ କାହାର ଧରିଲେ ହାତ

ମୁମ୍ବାଇ: ବଲିଉଡ୍ରେ ଏବେ ଚାଲିଛି ବିବାହ ଋତୁ । ବହୁ ନାମୀଦାମୀ କଳାକାର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ନିକଟରେ କ୍ୟାଟ୍ରିନାଙ୍କ ହାତଗଣ୍ଠି ପଡ଼ିଥିବା ବେଳେ ଏବେ ଏହି ତାଲିକାରେ ଆଉ ଜଣେ ଆଗଧାଡ଼ିର କଳାକାରଙ୍କ ନାମ ଯୋଡ଼ି ହୋଇଛି । ସେ ହେଲେ ମୌନି ରାୟ । ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ସୁରଜ ନାମ୍ବିଆରଙ୍କୁ ସେ ଜୀବନ ସାଥୀ ଭାବେ ବାଛିଛନ୍ତି ।
ଦୁହେଁ ଗୋଆରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତି ସହିତ ସାତ ଫେରା ନେଇଥିଲେ । ମୌନିଙ୍କ ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଯୋଗ ଦେଇଥିଲେ । ବିବାହ ବେଳେ ମୌନୀ ଏକ ପାରମ୍ପରିକ ଶାଢିରେ ବହୁତ ସୁନ୍ଦର ଦେଖାଯାଉଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୌନୀ ଏବଂ ସୁରଜଙ୍କ ବିବାହରେ କେବଳ ୧୦୦ ଲୋକ ଯୋଗ ଦେଇଥିଲେ ।
ଦିନକ ପୂର୍ବରୁ ମୌନିଙ୍କ ମେହେନ୍ଦି ଏବଂ ହଳଦୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୋମାଣ୍ଟିକ୍ ମୁଡ୍ରେ ସୁରଜଙ୍କ ସହିତ କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ମୌନି । ଯାହାକୁ ଫ୍ୟାନ୍ସମାନେ ଲାଇକ୍ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ଲାଗି କମେଣ୍ଟରେ ଲେଖିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ସେମାନଙ୍କ ବିବାହ ଦୁବାଇରେ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ନିଷ୍ପତ୍ତି ବଦଳାଇ ଥିଲେ । ଗୋଆରେ ବିବାହ କରିବାକୁ ମନସ୍ଥ କରିଥିଲେ।
Powered by Froala Editor