୩କୋଟି ଟଙ୍କା ଠକେଇ, ୩ ଗିରଫ
ଭୁବନେଶ୍ବର: ୩କୋଟି ଠକେଇ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମୁଖ୍ୟ ପରିଚାଳକ ଗିରଫ। ବାପୁଜିନଗର ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ଶାଖାର ପୂର୍ବତନ ମୁଖ୍ୟ ପରିଚାଳକ ବୀରେନ୍ଦ୍ର ପଟ୍ଟନାୟକ ଗିରଫ। ବୀରେନ୍ଦ୍ରଙ୍କ ସହ ତାଙ୍କର ଆଉ ୨ ସହଯୋଗୀଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ। ୨ ସହଯୋଗୀ ଫଇଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା। ଜାଲ କାଗଜପତ୍ର ଦେଇ ପଞ୍ଚାବ ନ୍ୟାସନାଲ ବ୍ୟାଙ୍କରୁ ୩କୋଟି ୬୮ଲକ୍ଷ ଠକେଇ ଅଭିଯୋଗ। ଗ୍ରାହକଙ୍କ ଡକ୍ୟୁମେଣ୍ଟକୁ ଭିତ୍ତିକରି ଟଙ୍କା ହଡ଼ପ କରିଥିବା ଅଭିଯୋଗ। ୨୦୧୭ର ଠକେଇ ନେଇ ଗତ ଡିସେମ୍ବରରେ ଅଭିଯୋଗ ହୋଇଥିଲା।
Powered by Froala Editor