ରାଜପରିବାରରେ ଲୋମଟାଙ୍କୁରା ହତ୍ୟାକାଣ୍ଡ, ମା’ ହତ୍ୟାକାରୀ ପୁଅ ଆଜି ହେବ କୋର୍ଟ ଚାଲାଣ
କଟକ: କଟକ ରାଜପରିବାରରେ କାଲି ଘଟିଯାଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତ ପୁଅ କୁ ଆଜି କୋର୍ଟ ଚାଲାଣ କରାଯିବ । ମା’ର ହତ୍ୟାକାରୀ ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କୁ କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ରାଜପରିବାରର ପୁଅ ବିରୋଧରେ ଧାରା ୩୦୨ ଅନୁସାରେ ମାମଲା ରୁଜୁ ହୋଇଛି । ଏଥିସହ ହତ୍ୟାରେ ବ୍ୟବହୃତ ମାରାଣାସ୍ତ୍ର ଜବତ ହୋଇଛି । ଗତକାଲି ମା ତଥା କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ତାଙ୍କ ପୁଅ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୂର୍ବ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା କଟକ ଡିସିପି ସୂଚନା ଦେଇଛନ୍ତି ।
ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟ କହିଛନ୍ତି, ମା’ ତଳ ମହଲାରେ ଭାଇ ସହ ରହୁଥିଲା। ମୁଁ ଉପର ମହଲାରେ ରହୁଥିଲି। ଭାଇ ତଣ୍ଟିଚିପି ମାରିବାକୁ ଚେଷ୍ଟା କରୁଛି ବୋଲି ମୋତେ କିଛି ଦିନ ତଳେ ମା’ କହିଥିଲା। ଗତ ଶନିବାର ମା’ ମୋ ପାଖରେ ଆସି ରହିଥିଲା। ଆଜି ସକାଳେ ଭାଇ ଉପର ମହଲାକୁ ଆସି ମା’କୁ ହତ୍ୟା କରିଛି।
ଅଭିଯୁକ୍ତର ପତ୍ନୀ କହିଛନ୍ତି, ସମ୍ପତ୍ତି ବାଡିକୁ କେନ୍ଦ୍ର କରି ମୋ ସ୍ୱାମୀ ଓ ଶାଶୂଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଆଜି ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମୁଁ ଘରେ ନଥିଲି। ଆଜି ସକାଳେ ମୋ ନଣନ୍ଦ ଘଟଣା ସମ୍ପର୍କରେ ମୋତେ ଜଣାଇଥିଲେ।
Powered by Froala Editor