ଆଜି ରାଜ୍ୟରେ ୮କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କାରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ହେତୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଆଜି ରାଜ୍ୟରେ ୫ହଜାର ୯୦୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୮ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ୩ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ଜଣେ, ରାୟଗଡା ଓ କୋରାପୁଟରୁ ଜଣେ ଲେଖାଏ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରେ ବାଲେଶ୍ୱରର ୮୦ବର୍ଷୀୟ ବୃଦ୍ଧ ଥିବାବେଳେ, ଭୁବନେଶ୍ୱରର ୮୨ବର୍ଷୀୟ ବୃଦ୍ଧ, କେନ୍ଦୁଝରର୬୪ବର୍ଷୟ ବୃଦ୍ଧା, କୋରାପୁଟର ୪୫ବର୍ଷୀୟ ବ୍ୟକ୍ତି, ରାୟଗଡାର ୪୫ ବର୍ଷୀୟ ମହିଳା, ସୁନ୍ଦରଗଡର ୭୫ ବର୍ଷୀୟ ବୃଦ୍ଧ, ୩୮ବର୍ଷୀୟ ମହିଳା, ୫୫ବର୍ଷୀୟ ମହିଳା ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୫୫୦କୁ ବୃଦ୍ଧି ପାଇଛି ।
ଆଜି କରୋନାରୁ ସୁସ୍ଥ ହୋଇଛନ୍ତିି ୧୦ହଜାର ୭୮ଜଣ । ଏହାକୁ ମିଶାଇ ଏବେ ସୁଦ୍ଧା ୧୧ଲକ୍ଷ ୫୨ହଜାର ୨୩୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେବି ୭୦ହଜାର ୩୨୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ଗତକାଲି ରାଜ୍ୟରେ ୭ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୫ହଜାର ୯୦୧କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪୧୯ଜଣ ରହିଥିବାବେଳେ ୨୪୮୨ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୭୩୯ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
Powered by Froala Editor