ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି!

ଭୁବନେଶ୍ୱର: ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ଏବେ ଅଣାୟତ୍ତ ହେବାରେ ଲାଗିଛି । ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି । କଟକରେ ବି ସମଅବସ୍ଥା । ତେବେ ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ।
ସେ କହିଛନ୍ତି ଯେ, ଟ୍ୱିନ ସିଟିରେ ସଂକ୍ରମଣ ବଢୁଛି । ଜଣେ ଏକାଧିକଙ୍କୁ ସଂକ୍ରମିତ କରୁଛନ୍ତି । ତେଣୁ ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢୁଛି । ପଶ୍ଚିମ ଓଡ଼ିଶାରେ ଅଧିକ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ପର୍ଯ୍ୟାପ୍ତ ବେଡ ଅଛି, ଯେଉଁଠି ଆବଶ୍ୟକ ସେଠାରେ ବେଡ ସଂଖ୍ୟା ବଢାଯାଉଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ।
ଏହା ପୂର୍ବରୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ ଡାକ୍ତର ଅଶୋକ ମହାପାତ୍ର କହିଥିଲେ ଯେ, କଟକ ଓ ଭୁବନେଶ୍ୱର କଟକଣା ଅଧିକ ହେବା ଦରକାର । ନଚେତ ସ୍ଥିତି ଅସମ୍ଭାଳ ହେବ । ମଦ ଦୋକାନ, ମାଛ ଓ ପରିବା ମାର୍କେଟ ସଂକ୍ରମଣ ବୃଦ୍ଧିର କାରଣ । କରୋନା ମୁକାବିଲା ପାଇଁ ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି ଡାକ୍ତର ଅଶୋକ ମହାପାତ୍ର କହିଥିଲେ ।
ପ୍ରକାଶ ଯେ, ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୮୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୭୮୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୬୦୫ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ ଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୪୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦୨ଜଣ, ବରଗଡ଼ ଜିଲ୍ଲାରୁ ୨୫୭ଜଣ, ଭଦ୍ରକ ଜିଲ୍ଲାରୁ ୬୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫୮, ବୌଦ୍ଧ ଜିଲ୍ଲାରୁ ୮୩ଜଣ, କଟକ ଜିଲ୍ଲାରୁ ୪୯୬ଜଣ, ଦେଓଗଡ଼ ଜିଲ୍ଲାରୁ ୬୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ଜଣ, ଗଜପତି ଜିଲ୍ଲାରୁ ୯୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୯ଜଣ, ଯାଜପୁର ଜିଲ୍ଲାରୁ ୨୭୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୩୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨୬ଜଣ, କନ୍ଧମାଳ ଜିଲ୍ଲାରୁ ୫୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ଜଣ, କୋରାପୁଟ ଜିଲ୍ଲାରୁ ୬୯ଜଣ, ମାଲକାନଗିରି ଜିଲ୍ଲାରୁ ୨୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୮ଜଣ, ନୟାଗଡ଼ ଜିଲ୍ଲାରୁ ୧୨୨ଜଣ, ନୂଆପଡ଼ା ଜିଲ୍ଲାରୁ ୨୩୩ଜଣ, ପୁରୀ ଜିଲ୍ଲାରୁ ୨୫୯ଜଣ, ରାୟଗଡ଼ା ଜିଲ୍ଲାରୁ ୭୫ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୭ଜଣ, ସୋନପୁର ଜିଲ୍ଲାରୁ ୬୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୩୩ଜଣ, ଷ୍ଟେଟ୍ ପୁଲ୍ରୁ ୩୪୮ଜଣ ରହିଛନ୍ତି ।
Powered by Froala Editor