ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି, ମଦ ଦୋକାନ, ମାଛ ଓ ପରିବା ମାର୍କେଟ ସଂକ୍ରମଣ ବୃଦ୍ଧିର କାରଣ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ମଦ ଦୋକାନ, ମାଛ ଓ ପରିବା ମାର୍କେଟ ସଂକ୍ରମଣ ବୃଦ୍ଧିର କାରଣ ବୋଲି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ ଡାକ୍ତର ଶ୍ରୀ ମହାପାତ୍ର କହିଛନ୍ତି ଯେ, କଟକ ଓ ଭୁବନେଶ୍ୱର କଟକଣା ଅଧିକ ହେବା ଦରକାର । ନଚେତ ସ୍ଥିତି ଅସମ୍ଭାଳ ହେବ । ମଦ ଦୋକାନ, ମାଛ ଓ ପରିବା ମାର୍କେଟ ସଂକ୍ରମଣ ବୃଦ୍ଧିର କାରଣ । କରୋନା ମୁକାବିଲା ପାଇଁ ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ।
ପ୍ରକାଶ ଯେ, ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ଏବେ ଅଣାୟତ୍ତ ହେବାରେ ଲାଗିଛି । ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି । କଟକରେ ବି ସମଅବସ୍ଥା ।
Powered by Froala Editor