ନୀରଜ ଚୋପ୍ରା ପାଇବେ ପରମ ବିଶିଷ୍ଟ ସେବା ମେଡାଲ
ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ପାଇଥିବା ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯିବ । ନୀରଜଙ୍କୁ ସାଧାରଣତନ୍ତ୍ର ଦିବସରେ ଏହି ସମ୍ମାନରେ ସମ୍ମାନିତ କରାଯିବ । ୩୮୪ ଲୋକଙ୍କ ନାଁ ବୀରତା ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଆଉ ଏହି ତାଲିକାରେ ରହିଛି ସୁନା ପୁଅ ନୀରୋଜଙ୍କ ନାଁ ।
ଗଣତନ୍ତ୍ର ଦିବସରେ ୩୮୪ ଜଣଙ୍କୁ ମିଳିବ ବୀରତା ସମ୍ମାନରେ ସମ୍ମାନିତ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ ଘୋଷଣା କରିଛନ୍ତି । ଟୋକିଓ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯିବ । ଏହା ସହିତ ୧୨ ଜଣଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯିବା ନେଇ ଘୋଷଣା ହୋଇଥିବା ବେଳେ, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯିବ ।
Powered by Froala Editor