କୋଭିଡ ମହାମାରୀର ଘଟିବ ଅନ୍ତ!

ଜେନେଭା: ୟୁରୋପରୁ ଯେତେବେଳେ ଓମିକ୍ରନ୍ ଲହର ଚାଲିଯିବ, ସେତେବେଳେ ଉକ୍ତ ଅଞ୍ଚଳରେ କୋଭିଡ୍ ମହାମାରୀର ଅନ୍ତ ଘଟିବ, ଯଦିଓ ଚଳିତବର୍ଷ ଶେଷ ବେଳକୁ ଭୂତାଣୁ ପୁଣି ଲେଉଟିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ୟୁରୋପ ନିଦେ୍ର୍ଧଶକ ହଂସ କ୍ଲୁଗ କହିଛନ୍ତି ।
କ୍ଲୁଗଙ୍କ ଅନୁଯାୟୀ, ମାର୍ଚ୍ଚ ସୁଦ୍ଧା ୬୦ ପ୍ରତିଶତ ୟୁରୋପୀୟଙ୍କୁ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତ କରିପାରେ । ମହାମାରୀର ଅନ୍ତିମ ଖେଳ ଏବେ ଚାଲିଥିବା କୁହାଯାଇପାରେ । ତାଙ୍କ ମତରେ ଓମିକ୍ରନ୍ ଲହରର ଅନ୍ତ ଘଟିବା ପରେ କିଛି ସପ୍ତାହ ବା କିଛି ମାସ ପାଇଁ ସାରା ପୃଥିବୀରେ ଗଣପ୍ରତିରୋଧକତା (ଗ୍ଲୋବାଲ ଇମୁ୍ୟନିଟି) ଦେଖିବାକୁ ମିଳିବ । ସେ ପ୍ରତିରୋଧକତା ସଂକ୍ରମଣ ଯୋଗୁ ପ୍ରାକୃତିକ ଉପାୟରେ ଶରୀରରେ ସୃଷ୍ଟି ହେଉ ବା ଟିକା ନେବା ଯୋଗୁ ସୃଷ୍ଟି ହେଉ । ଏହା ଫଳରେ କୋଭିଡ୍ ମହାମାରୀର ଅନ୍ତ ଘଟିବ ।
କ୍ଲୁଗ ପୁଣି କହିଛନ୍ତି ଯେ, କିଛିଦିନର ନିରବତା ପରେ ବର୍ଷ ଶେଷ ବେଳକୁ କୋଭିଡ୍-୧୯ ପୁଣି ଲେଉଟିପାରେ । ତେବେ ତା’ର ମାନେ ନୁହେଁ ଯେ, ଏହା ମହାମାରୀ ଆକାରରେ ଲେଉଟିବ । ଆମେରିକା ସରକାରଙ୍କ ମୁଖ୍ୟ ମେଡିକାଲ ଉପଦେଷ୍ଟା ଡ. ଆଣ୍ଟୋନି େ‘øସି ସମାନ ପ୍ରକାର ଆଶା ବ୍ୟକ୍ତ କରିଛନ୍ତି । ଆମେରିକାର କେତେକ ଅଞ୍ଚଳରେ ସଂକ୍ରମଣ କମୁଥିବା ବେଳେ ସାରା ଦେଶରେ କମିବା ପାଇଁ ଆଉ ଅଳ୍ପ ସମୟ ଲାଗିବ ବୋଲି ସେ କହିଛନ୍ତି ।
Powered by Froala Editor