ଆଜି ଦେଶରେ ୨ଲକ୍ଷ ୫୫ହଜାର ୮୭୪ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଶ୍ୱସ୍ତିକର ଖବର । ଦେଶରେ ଧୀରେଧୀରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୫୫ହଜାର ୮୭୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ଆଜି ଦେଶରେ ୫୦ ହଜାର ୧୯୦ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭ୍ ହାର ୧୫.୫୨ ପ୍ରତିଶତ ରହିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୨ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୨୨ଲକ୍ଷ ୩୬ହଜାର ୮୪୨ରେ ପହଞ୍ଚିଛି । ଏବେ ସୁଦ୍ଧା ମୋଟ ୩କୋଟି ୭୦ଲକ୍ଷ ୭୧ହଜାର ୮୯୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor