ଦିଅର ଠେଙ୍ଗା ମାଡ଼ରେ ଭାଉଜ ମୃତ

କବିସୂର୍ଯ୍ୟନଗର: ଦିଅର ଠେଙ୍ଗା ମାଡ଼ରେ ଭାଉଜ ମୃତ । ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କନିଆରି ଗ୍ରାମର ନୂଆଁ ସାହିରେ । ମୃତକ ହେଲେ ବଇଡ଼ା ଗ୍ରାମର ସୁନିତା ପ୍ରଧାନ । ଅଭିଯୁକ୍ତ ଦିଅର ସୁବାସ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି । ପାରିବାରିକ କଳହକୁ ନେଇ କିଛି ଦିନ ହେଲା ଘରେ ଅଶାନ୍ତି ଲାଗି ରହିଥିଲା । ଅପରାହ୍ନରେ ସୁବାସ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସୁନିତା ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲା । ଘଟଣା ସ୍ଥଳରେ ସୁନିତାର ପ୍ରାଣବାୟୁ ଉଡ଼ିଯାଇଛି । ବାଲିଛାଇ ଫାଣ୍ଡି ଅଧିକାରୀ ଶବ ଜବତ କରିବା ସହ କବିସୂର୍ଯ୍ୟନଗର ଥାନାକୁ ଜଣାଇଥିଲେ । ବଡ଼ ଭାଇ ସୁରଟରେ ରହୁଥିବା ବେଳେ ଗାଁରେ ସୁବାସ ରହୁଥିଲେ । ଦୁଇ ଭାଇ ଭିତରେ ଘର ଭାଗ ବଣ୍ଟା, ମଝି କାନ୍ଥ ଉଠିବା ଲାଗି ହିସାବକୁ ନେଇ କିଛି ଦିନ ହେଲା ବିବାଦ ଲାଗି ରହିଥିଲା ।
Powered by Froala Editor