୫୦୦ ଟଙ୍କା ପାଇଁ ଚୁଟି ଘୋଷଡା ଘୋଷଡ଼ି
୫୦୦ ଟଙ୍କା ପାଇଁ ମାରପିଟ । ଚୁଟି ଟାଣିବା ସହ ପରସ୍ପରକୁ ବିଧା-ଗୋଇଠା ମାରିଛନ୍ତି ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀ। ବିହାରର ଜାମୁଇ ଜିଲ୍ଲାରେ ଥିବା ଗୋଟିଏ ହସ୍ପିଟାଲରେ ଏପରି ଘଟଣା ଘଟିଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ହସ୍ପିଟାଲ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
ସୂଚନା ମୁତାବକ, ରବିବାର ଦିନ ଆଶା କର୍ମୀ ରିଣ୍ଟୁ କୁମାରୀ ଏକ ନବଜାତ ଶିଶୁକୁ ବିସିଜି ଟିକାକରଣ ପାଇଁ ଏଏନଏମ ରଞ୍ଜନା କୁମାରୀଙ୍କ ପାଖକୁ ନେଇଥିଲେ । ସେଠାରେ ଟିକା ଦେବା ପାଇଁ ରଞ୍ଜନା ୫୦୦ଟଙ୍କା ମାଗିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଚାହୁଁ ଚାହୁଁ ଦୁହିଁଙ୍କ ଝଗଡା ଏତେ ବଢିଗଲା ଯେ ଦୁହେଁ ପରସ୍ପରର ଚୁଟି ଟାଣିବା ସହ ପରସ୍ପରକୁ ବିଧା ଗୋଇଠା ମାରିଥିଲେ । ପରେ ଜଣେ ବ୍ୟକ୍ତି ଆସି ଦୁହିଁଙ୍କୁ ବୁଝା ସୁଝା କରିଥିଲେ । ତେବେ ସେମାନେ କାହା କଥା ନଶୁଣି ପରସ୍ପରକୁ ସ୍ଲିପର ଓ ହାତରେ ଆକ୍ରମଣ କରି ଚାଲିଥିଲେ।
ଏହାପରେ ସ୍ତ୍ରୀ ଓ ପ୍ରସୁତି ବିଭାଗ ନିକଟରେ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ। ଶେଷରେ ଉପସ୍ଥିତ ଲୋକ ଓ ଅନ୍ୟ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ଉଭୟ ଏଥିରୁ ବିରତ ହୋଇଥିଲେ।
Powered by Froala Editor