ଏମିତି କ’ଣ କଲେ ବର, ରାଗରେ ସମ୍ପର୍କୀୟ ଭାଇଙ୍କୁ ବାହା ହୋଇଗଲେ କନ୍ୟା... ଜାଣନ୍ତୁ

ବାହାଘର ପାଇଁ ଜୋରସୋରରେ ଚାଲିଥିଲା ପ୍ରସ୍ତୁତି । ନାଚଗୀତରେ ଜମିଥିଲା ଆସର । ବନ୍ଧୁବାନ୍ଧବ ଘରକୁ ଆସୁଥିଲେ । ହେଲେ ଏମିତି କିଛି ଘଟଣା ଘଟିଗଲା ଯେଉଁଥିପାଇଁ କନ୍ୟା ସମ୍ପର୍କୀୟର ଭାଇକୁ ବାହା ହୋଇଯାଇଛି । ଏ ଘଟଣା ତାମିଲନାଡୁର ।
କନ୍ୟା ଜଣଙ୍କ ପାନରୁତିରୁ ପୋଷ୍ଟ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିବା ବେଳେ ତାଙ୍କୁ ବାହା ହେବାକୁ ଥିବା ଯୁବକ ଜଣଙ୍କ ଚେନ୍ନାଇର ଗୋଟିଏ କମ୍ପାନୀରେ ବରିଷ୍ଠ ଇଞ୍ଜିନିୟର ଭାବେ କାମ କରନ୍ତି। ସେମାନଙ୍କ ବାହାଘର ଜାନୁଆରୀ ୨୦ରେ ହେବାର ଥିଲା। କିନ୍ତୁ ବାହାଘରର ପୂର୍ବଦିନ ବର କନ୍ୟା ଓ ସେମାନଙ୍କ ପରିବାର ଲୋକ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଠାରେ ନାଚଗୀତ ପାଇଁ ଡିଜେର ବ୍ୟବସ୍ଥା ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ସାମିଲ ହୋଇ ବରକନ୍ୟା ନାଚିଥିଲେ।
ତେବେ ହଠାତ୍ କନ୍ୟାର ଜଣେ ସମ୍ପର୍କୀୟ ଭାଇ ପହଞ୍ଚି ସେମାନଙ୍କ ସହ ନାଚିବା ଆରମ୍ଭ କରିଥିଲେ। ସେ ନାଚିବାରେ ଏତେ ମସଗୁଲ ହୋଇଯାଇଥିଲେ ଯେ ଉଭୟ ବର ଓ କନ୍ୟାଙ୍କ କାନ୍ଧରେ ମଧ୍ୟ ହାତ ପକାଇ ଝୁମିଥିଲେ। ବାସ୍ କନ୍ୟାଙ୍କ କାନ୍ଧରେ ହାତ ପକାଇବାରୁ ବରଙ୍କ ରାଗ ଚରମସୀମାରେ ପହଞ୍ଚିଥିଲା । ସେ ଉଭୟଙ୍କୁ ଧକ୍କା ମାରି ଥିଲେ। ଏହାପରେ କନ୍ୟାଙ୍କୁ ଶକ୍ତ ଚାପୁଡ଼ା ମଧ୍ୟ ମାରିଥିଲେ। ଏଥିରେ କନ୍ୟାଙ୍କ ବାପା ରାଗି ଯାଇ ବର ଓ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ କାର୍ଯ୍ୟକ୍ରମରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଜଣଙ୍କ ମଧ୍ୟ ନିଜ ବାହାଘରକୁ ବାତିଲ କରିଥିଲେ। ଏହାପରେ ତୁରନ୍ତ କନ୍ୟାଙ୍କ ପାଇଁ ୨୦ ତାରିଖରେ ବିବାହ ପାଇଁ ବର ଖୋଜାଯାଇଥିଲା । ଶେଷରେ କନ୍ୟାଙ୍କ ସମ୍ପର୍କୀୟ ଭାଇଙ୍କୁ ବର ଭାବେ ବଛା ଯାଇଥିଲା। ଜାନୁଆରୀ ୨୦ରେ ଉଭୟଙ୍କ ବାହାଘର ହୋଇଛି।
Powered by Froala Editor