ଓମିକ୍ରନ ସଂକ୍ରମିତ ଲୋକଙ୍କ ରୋଗ ଯେ କୌଣସି ସ୍ତରକୁ ଯାଇପାରେ : ଡବ୍ଲୁଏଚଓ
ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ମାମଲା କିଛିଦିନ ହେବ ୩୩ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହାଯୋଗୁ ମୃତୁ୍ୟ ସଂଖ୍ୟାରେବି ୪୪ପ୍ରତିଶତ ବୃଦ୍ଧି ହୋଇଛି । ତେବେ ସାରା ଦେଶରେ ସଂକ୍ରମଣ ୮ପ୍ରତିଶତ ଓ ମୃତୁ୍ୟ ସଂଖ୍ୟାରେ ୭ପ୍ରତିଶତ ବୃଦ୍ଧି ହୋଇଛି ।
ଏହାରିଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜଣେ ଶୀର୍ଷ ଅଧିକାରୀ କରୋନା ଟିକା ନନେଇଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଡବ୍ଲୁଏଚଓ ଟେକ୍ନିକାଲ ମୁଖ୍ୟ ମାରିୟା ବ୍ୟାନ କେରଖେୱ ଚେତାବନୀ ଦେଇ କହିଛନ୍ତି ଯେ, ଓମିକ୍ରନ ସଂକ୍ରମିତ ଲୋକଙ୍କ ରୋଗ ଯେ କୌଣସି ସ୍ତରକୁ ଯାଇପାରେ । ବିନା ଲକ୍ଷଣରେ ଏହା ଜଟିଳ ରୋଗ ସହ ମୃତୁ୍ୟ ମୁଖରେ ମଧ୍ୟ ପକାଇପାରେ । ସେ କହିଛନ୍ତି କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକେ, ବୟସ୍କ ଓ ଯେଉଁମାନେ ଟିକା ନେଇନାହାଁନ୍ତି, ସେମାନେ ଓମିକ୍ରନ ସଂକ୍ରମଣ ପରେ କୋଭିଡ୍ ୧୯ରେ ଗମ୍ଭିର ଚ୍ୟାଲେଞ୍ଜକୁ ସାମ୍ନା କରିପାରନ୍ତି । ଏହା ଡେଲ୍ଟାଠାରୁ କମ୍ ପ୍ରଭାବି, ହେଲେ ଏହାର ଅର୍ଥ ନୁହେଁ ଯେ, ଆମେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ।
Powered by Froala Editor