ପୁଲିସ ଲାଠି ମାଡ଼ରେ ମାମୁ ମୃତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଧମା ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ତେନ୍ତୁଳିକୁଲା ଗ୍ରାମର ହାତୀ ମନେ୍ଦାଦରୀଙ୍କ ପୁଲିସର ଲାଠି ମାଡ଼ରେ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମାମୁ ହାତୀ ମନେ୍ଦାଦରୀ ଓ ଭଣଜା ସୁବାସ ବିଭାଗର ଚାରକୁଲି ଗ୍ରାମକୁ ଯାଇ ଫେରୁଥିବା ସମୟରେ ବାଲପୁର ଛକରେ ଧମା ପୁଲିସର ଶିରସ୍ତ୍ରାଣ (ହେଲମେଟ) ଓ ତୁଣ୍ଡି (ମାସ୍କ) ଯାଞ୍ଚ ଚାଲିଥିଲା । ଏମାନେ ତୁଣ୍ଡି ପିନ୍ଧି ନଥିବାରୁ ଦ୍ରୁତ ଗତିରେ ପଳାଇ ଯାଉଥିଲେ । ଏହା ଦେଖି ଜଣେ କନଷ୍ଟେବଳ ଲାଠିରେ ବାଡେ଼ଇବା ସମୟରେ ତାହା ମାମୁଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେମାନେ ତଳେ ପଡ଼ିଯାଇଥିବା କୁହାଯାଉଛି । ପୁଲିସ ସେମାନଙ୍କୁ ପ୍ରଥମେ ଧମା ଡାକ୍ତରଖାନା ଓ ପରେ ସମ୍ବଲପୁର ସଦର ଡାକ୍ତରଖାନାକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲା । ସେଠାରେ ଚିକିିତ୍ସାଧୀନ ଅବସ୍ଥାରେ ହାତୀ ମନେ୍ଦାଦରୀଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବାଲପୁର ଛକସ୍ଥିତ ପେଟ୍ରୋଲ ଟାଙ୍କିରେ କ୍ୟାମେରା ଲାଗିଥିବାରୁ ଫୁଟେଜ ଯାଞ୍ଚ କଲେ ପ୍ରକୃତ କଥା ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
Powered by Froala Editor