ନିଖୋଜ ମିରାମ ତାରୋନଙ୍କ ସନ୍ଧାନ ମିଳିଲା
ଭାରତୀୟ ସେନାର ହସ୍ତକ୍ଷେପ ପରେ ଅରୁଣାଚଳ ପ୍ରଦେଶରୁ ନିଖୋଜ ୧୭ ବର୍ଷିୟ କିଶୋର ମିରାମ ତାରୋନଙ୍କ ସନ୍ଧାନ ମିଳିଛି । ତେଜପୁରର ପିଆରଓ ଲେପ୍ଟନାଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ବୟାନ ଦେଇ କହିଛନ୍ତି, ଅରୁଣାଚଳ ପ୍ରଦେଶରୁ ନିଖୋଜ କିଶୋରର ସନ୍ଧାନ ମିଳିଥିବା ଚୀନ ସେନା ପକ୍ଷରୁ ଅବଗତ କରାଯାଇଛି।
ତିନି ଦିନ ତଳେ ମିରାମ ତାରୋନଙ୍କ ଅପହରଣ ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ତାରୋନଙ୍କୁ ପିଏଲଏ ଅପହରଣ କରି ନେଇ ଥିବାବେଳେ ତାଙ୍କ ସାଙ୍ଗ ଜନି ୟାୟିଙ୍ଗ ଖସି ଆସିବାକୁ ସକ୍ଷମ ହୋଇଥିଲେ । ଏନେଇ ଅରୁଣାଚଳ ପ୍ରଦେଶ ସାଂସଦ ସୂଚନା ଦେବା ପରେ ଭାରତୀୟ ସେନା ହସ୍ତକ୍ଷେପ କରିଥିଲା । ଉକ୍ତ ବାଳକକୁ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କୁ ସେ ଅନୁରୋଧ କରିଥିଲେ । ଅପହରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହରାଷ୍ଟ୍ରମନ୍ତ୍ରୀ ଓ ଭାରତୀୟ ସେନା ପଦାଧିକାରୀଙ୍କୁ ବି ସାଂସଦ ସୂଚନା ଦେଇଥିଲେ ।
Powered by Froala Editor