ସପାରେ ମିଶିଲେ ଦେଶର ସବୁଠୁ ଡେଙ୍ଗା ବ୍ୟକ୍ତି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତି ଧର୍ମେନ୍ଦ୍ର ପ୍ରତାପ ସିଂହ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଧର୍ମେନ୍ଦ୍ରଙ୍କୁ ସପାର ରାଜ୍ୟ ସଭାପତି ନରେଶ ପଟେଲ ଦଳକୁ ସ୍ୱାଗତ କରିଛନ୍ତି।
ଏ ସଙ୍କ୍ରାନ୍ତରେ ବିବୃତି ଦେଇ ସମାଜବାଦୀ ପାର୍ଟି କହିଛି, ଦଳର ନୀତି ଏବଂ ଅଖିଳେଶ ଯାଦବଙ୍କ ନେତୃତ୍ବ ଉପରେ ବିଶ୍ବାସ ବ୍ୟକ୍ତ କରି ପ୍ରତାପଗଡ଼ର ଧର୍ମେନ୍ଦ୍ର ପ୍ରତାପ ସିଂହ ସମାଜବାଦୀ ପାର୍ଟିର ସଦସ୍ୟତା ହାସଲ କରିଛନ୍ତି।
ଏଥିସହ ସପା ପକ୍ଷରୁ ଶ୍ରୀ ସିଂହଙ୍କ ସହ ଦଳୀୟ ନେତାମାନେ ଉଠାଇଥିବା ଗୋଟିଏ ଫଟୋକୁ ପୋଷ୍ଟ କରାଯାଇଛି। ଫଟୋରେ ଅଖିଲେଶ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଦଳ ପକ୍ଷରୁ କୁହାଯାଇଛି ଯେ “ପ୍ରତାପଗଡ଼ର ଧର୍ମେନ୍ଦ୍ର ପ୍ରତାପ ସିଂହ ସମାଜବାଦୀର ସଦସ୍ୟତା ଗ୍ରହଣ କରିଛନ୍ତି। ସେ ସପା ଓ ଅଖିଲେଶ ଯାଦବଙ୍କ ନୀତିରେ ବିଶ୍ୱାସ କରି ଏପରି ପଦକ୍ଷେପ ନେଇଛନ୍ତି।”
୮ ଫୁଟ୍ ୨ ଇଞ୍ଚ୍ ଉଚ୍ଚ ଧର୍ମେନ୍ଦ୍ର ପ୍ରତାପ ସିଂହ ହେଉଛନ୍ତି ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତି। ‘ଗିନିଜ୍ ୱାର୍ଲଡ୍ ରେକଡ୍’ରେ ସ୍ଥାନ ପାଇଥିବା ୪୬ ବର୍ଷିୟ ଧମେନ୍ଦ୍ର ମଧ୍ୟ ଏସିଆର ଅନ୍ୟତମ ଡେଙ୍ଗା ବ୍ୟକ୍ତି ଭାବେ ପରିଗଣିତ ହୁଅନ୍ତି। ସେ ହେଉଛନ୍ତି ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ନରହରପୁର କାସିୟାହି ଗ୍ରାମର ବାସିନ୍ଦା। କର୍ମ ସଂସ୍ଥାନ ପାଇବା ପାଇଁ ଧର୍ମେନ୍ଦ୍ର ଚେଷ୍ଟା ଚଳାଇଛନ୍ତି।
Powered by Froala Editor