ଅଖା ଭିତରେ ଅଭିନେତ୍ରୀଙ୍କ ମୃତ ଦେହ ଉଦ୍ଧାର

ନୂଆଦିଲ୍ଲୀ: ହାତ ଧରିଥିଲେ, ସାତ ଜନ୍ମ ପାଇଁ ସାଥି ହୋଇଥିଲେ, ମଥାର ସିନ୍ଦୁର ସାଜିଲା କି କାଳ? ବିଭସô ଭାବରେ ମାରି ଅଖା ଭିତରେ ପୁରାଇ ପିଙ୍ଗିଦେଲେ! ସବୁ ସ୍ତ୍ରୀ ର ସ୍ୱପ୍ନ ଥାଏ ତା’ ମୃତୁ୍ୟ ସ୍ୱାମୀ କୋଳରେ ହେଉ ଓ ସ୍ୱାମୀ ହିଁ ତା’ର ମୁଖାଗ୍ନି ଦେଉ । କିନ୍ତୁ ଏଭଳି ଏକ ଲୁମ ଟାଙ୍କୁରା ଘଟଣା ଘଟିଯାଇଛି ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ ଶିମୁଙ୍କ ସହିତ । କିଛି ଦିନ ତଳୁ ନିଖୋଜ ଥିବା ଘଟଣା ର ପର୍ଦ୍ଧାଫାସ ହୋଇଛି । ତାଙ୍କ ମୃତଦେହ ଢାକା କେରାନିଗଞ୍ଜର ଏକ ବ୍ରିଜ ନିକଟରେ ଥିବା ଏକ ଅଖା ଭିତରୁ ମିଳିଛି । ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ଜାନୁଆରୀ ୧୭ ସୋମବାର ଦିନ କଦମଟୋଲି ଅଞ୍ଚଳର ସ୍ଥାନୀୟ ଲୋକ ଅଲିପୁର ବ୍ରିଜ ନିକଟରେ ଅଭିନେତ୍ରୀଙ୍କ ମୃତଦେହକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଅଭିନେତ୍ରୀଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଏହା ବ୍ୟତୀତ ତାଙ୍କ ସ୍ୱାମୀଙ୍କ ବନ୍ଧୁ ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ ଅନୁଯାୟୀ ୪୫ ବର୍ଷିୟ ଅଭିନେତ୍ରୀ ରାଇମା ଇସଲାମ ଶିମୁ ନିକଟରେ ନିଖୋଜ ହୋଇଯାଇଥିଲେ । ଏହି ସମୟରେ ରାଜଧାନୀ ଢାକା ଠାରୁ କିଛି ଦୂରରେ ଥିବା ହଜରତପୁର ବ୍ରିଜ ନିକଟ କେରାନିଗଞ୍ଜ ଅଞ୍ଚଳରେ ପୋଲିସ ତାଙ୍କ ମୃତଦେହକୁ ମଙ୍ଗଳବାର ଦିନ ଉଦ୍ଧାର କରିଥିଲା। ଏହା ପରେ ସ୍ଥାନୀୟ ଲୋକମାନେ କେରାନିଗଞ୍ଜ ମଡେଲ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ପରେ ଅଭିନେତ୍ରୀ ରାଇମା ଇସଲାମ ଶିମୁଙ୍କ ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହାପୂର୍ବରୁ ତାଙ୍କର ନିଖୋଜ ଖବର କାଲାବାଗାନ ପୋଲିସ ଷ୍ଟେସନରେ ଦାଖଲ କରାଯାଇଥିଲା।
ଏଥିସହ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଢାକା ପୋଲିସ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛି। ପୋଲିସ କହିଛି ଯେ ରାଇମା ଇସଲାମଙ୍କ ସ୍ୱାମୀ ଏବଂ ତାଙ୍କର ସାହାଯ୍ୟକାରୀ ବନ୍ଧୁଙ୍କୁ ଗିରଫ କରାଯାଇଛି। ଢାକା ଜିଲ୍ଲା ପୋଲିସ ଅଧୀକ୍ଷକ ମାରୁଫ ହୁସେନ୍ କହିଛନ୍ତି ଯେ ହତ୍ୟାକାଣ୍ଡର କାରଣ ପାରିବାରିକ କଳହ ହୋଇପାରେ । ଏହି ମାମଲାରେ ସେ ରାଇମାଙ୍କ ସ୍ୱାମୀ ଏବଂ ତାଙ୍କ ବନ୍ଧୁଙ୍କୁ ପ୍ରଶ୍ନ କରିଥିଲେ। ଯାହା ପରେ ମିଳିଥିବା ପ୍ରମାଣ ଆଧାରରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା।
ତେବେ ଏହି ଘଟଣାରେ ଏକ ପ୍ଲାଷ୍ଟିକ୍ ଅଖା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଲଟିଛି। ମୃତଦେହକୁ ଚିହ୍ନିବା ପାଇଁ ପୋଲିସ ଅଭିନେତ୍ରୀ ରାଇମାଙ୍କ ଘରେ ପହଞ୍ଚିଥିଲା। ରାଇମାଙ୍କୁ ହତ୍ୟା କରିବା ପରେ ଦୁହେଁ ଦୁଇଟି ଅଖା ଭର୍ତ୍ତି କରି ତାଙ୍କ ଶରୀରକୁ ଫିଙ୍ଗି ଦେଇଥିଲେ। ଏହି ଦୁଇଟି ଅଖା ଏକ ପ୍ଲାଷ୍ଟିକ୍ ସୁତାରେ ସିଲେଇ ହୋଇଥିଲା, ଯେତେବେଳେ ପୋଲିସ ଅଭିନେତ୍ରୀଙ୍କ ଘରେ ପହଞ୍ଚିଲା, ସେତେବେଳେ ପୋଲିସ ତାଙ୍କ ସ୍ୱାମୀଙ୍କ କାର ନିକଟରେ ଏହି ପ୍ଲାଷ୍ଟିକ ସୁତାର ବଣ୍ଡଲ ପାଇଥିଲା ।
ସୂଚନା ଅନୁଯାୟୀ ଏହି ହତ୍ୟା ୧୬ ଜାନୁଆରୀ ରବିବାର ଦିନ ହୋଇଥିଲା। ସକାଳ ୭ ରୁ ୮ ମଧ୍ୟରେ ଅଭିନେତ୍ରୀଙ୍କ ସ୍ୱାମୀ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ସ୍ୱାମୀ ନିଜ ବନ୍ଧୁଙ୍କୁ ଡାକି ଏକ ପ୍ଲାଷ୍ଟିକ୍ ଅଖା ଭିତରେ ଭର୍ତ୍ତି କରି ଅଖା ସିଲେଇ କରିଦେଇଥିଲେ । ପ୍ରଥମେ ସେମାନେ ଶବକୁ ଲୁଚାଇବା ପାଇଁ ମିରପୁରକୁ ନେଇଗଲେ, ପରେ ସେଠାରେ କୌଣସି ସଠିକ୍ ସ୍ଥାନ ମିଳିନଥିବାରୁ ଏହାକୁ ଘରକୁ ଫେରାଇ ଆଣିଥିଲେ । ସେହି ଦିନ ସନ୍ଧ୍ୟାରେ ସେ ରାତି ୯:୩୦ ରେ ହଜରତପୁର ବ୍ରିଜ ନିକଟରେ ଅଭିନେତ୍ରୀଙ୍କ ମୃତଦେହ ଫିଙ୍ଗିଦେଇ ଥିଲେ
Powered by Froala Editor