ଡ୍ୟୁଟି ସମୟ ସରିଗଲା କହି ବିମାନ ଛାଡିଦେଲେ ପାଇଲଟ

ଡ୍ୟୁଟି ସମୟ ସରିଗଲା ବୋଲି ବିମାନ ଛାଡି ଉଠିଗଲେ ପାଇଲଟ । କହିଲେ, ଆଉ ମୁଁ ବିମାନ ଉଡାଇବି ନାହିଁ । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ପାଇଲଟଙ୍କ ଏଭଳି କାରନାମା ସମସ୍ତଙ୍କୁ ଚକିତ କରିଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ପିକେ-୯୭୫୪ ବିମାନ ରିୟାଦ ଇସଲାମାବାଦ ଅଭିମୁଖେ ଉଡାଣ କରିଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଦମମରେ ବିମାନ ଅବତରଣ କରିଥିଲା । ଏହା ପରେ ପାଇଲଟ ଡ୍ୟୁଟି ଶେଷ ହୋଇଛି ବୋଲି କହି ବିମାନକୁ ଇସଲାମାବାଦକୁ ନେବାକୁ ମନା କରିଦେଇଥିଲେ। ଏହା ଶୁଣି ଯାତ୍ରୀମାନଙ୍କ କ୍ରୋଧ ବଢିଯାଇଥିଲା । ବିମାନରୁ ଓହ୍ଲାଇବେ ନାହିଁ ବୋଲି ଯାତ୍ରୀମାନେ ବିରୋଧ କରିଥିଲେ। ପରିସ୍ଥିତି ଏତେ ବିଗିଡି ଯାଇଥିଲା ଯେ, ନିୟନ୍ତ୍ରଣକୁ ଆଣିବା ପାଇଁ ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ଡାକିବାକୁ ପଡିଥିଲା।
ଏ ବାବଦରେ PIAର ପ୍ରବକ୍ତା କହିଛନ୍ତି, ବିମାନର ସୁରକ୍ଷା ପାଇଁ ଉଡାଣ ଭରିବା ପୂର୍ବରୁ ପାଇଲଟମାନଙ୍କ ପାଇଁ ଉଚିତ ଆରମ ଆବଶ୍ୟକ। ଏଥିପାଇଁ ସେହି ହିସାବରେ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଯାତ୍ରୀମାନେ ଭୟଭୀତ ହେବା ଆବଶ୍ୟକ ନୁହେଁ। ଯାତ୍ରୀମାନଙ୍କୁ ରବିବାର ରାତି ୧୧ଟାରେ ଇସ୍ଲାମାବାଦରେ ସୁରକ୍ଷିତ ଭାବେ ପହଞ୍ଚାଇ ଦିଆଯାଇଛି।
Powered by Froala Editor