ଏୟାରପୋର୍ଟ ତେଲ ବୋଝେଇ ଟ୍ୟାଙ୍କର ଉପରେ ଡ୍ରୋନ ହମଲା

ଆବୁଧାବି ବିମାନ ବନ୍ଦର ନିକଟରେ ଡ୍ରୋନ ସାହାଯ୍ୟରେ ବିସ୍ଫୋରଣ କରାଯାଇଛି । ଏୟାରପୋର୍ଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏହି ଡ୍ରୋନ ହମଲା କରାଯାଇଛି। ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଛି। ଏହି ଆକ୍ରମଣରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେକଥା ଏଯାଏ ଜଣାପଡ଼ିନି। ବିସ୍ଫୋରଣରେ ଦୁଇ ଜଣ ଭାରତୀୟଙ୍କ ସହ ଜଣେ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁଏଇରେ ହୋଇଥିବା ଏହି ଆକ୍ରମଣ ପାଇଁ ୟେମନର ଇରାନ ସମର୍ଥିତ ହୁତୀ ବିଦ୍ରୋହୀ ନିଜକୁ ଦାୟୀ କରିଛନ୍ତି ।
ଆକ୍ରମଣ ସମ୍ପର୍କରେ ୟୁଏଇ ପୁଲିସ୍ କହିଛି, ୩ଟି ତେଲ ଟ୍ୟାଙ୍କର୍ରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଛି। ୟୁଏଇର ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥାନରେ ମଧ୍ୟ ନିଆଁ ଲାଗିଯାଇଛି। ଡ୍ରୋନ ଦ୍ୱାରା ବିଦ୍ରୋହୀମାନେ ଏପରି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Powered by Froala Editor