୧୨ରୁ ୧୪ବର୍ଷର ପିଲାଙ୍କୁ ଟିକା, ଜାଣନ୍ତୁ କେବେଠୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଏହା ସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ମଧ୍ୟ ଦ୍ରୁତ ସଂକ୍ରମଣ ହେଉଥିବାରୁ, ଲୋକେ ଭୟର ବାତାବରଣ ଭିତରେ ଅଛନ୍ତି । ଏହାରି ଭିତରେ କିପରି ଏସବୁକୁ ମୁକାବଲା କରିହେବ, ଏନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି ।
ଇତିମଧ୍ୟରେ ଜାନୁୟାରୀ ୩ତାରିଖ ଠାରୁ ୧୫ରୁ ୧୮ବର୍ଷ ବୟସ୍କ ପିଲାଙ୍କୁ ଟିକାଦାନ ଅଭିଯାନ ଜାରି ରହିଛି । ଏପରି ସ୍ଥଳେ ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ଗ୍ରୁପର ଅଧ୍ୟକ୍ଷ ଡାକ୍ତର ଏନ.କେ. ଆରୋରା କହିଛନ୍ତି ଯେ, ଦେଶରେ ୧୨ରୁ ୧୪ ବର୍ଷର ଶିଶୁଙ୍କ କରୋନା ଟିକାକରଣ ଫେବୃଆରୀ କିମ୍ବା ମାର୍ଚ୍ଚର ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ ।
ସେ କହିଛନ୍ତି ଯେ ଜାନୁୟାରୀ ଶେଷ ସୁଦ୍ଧା ୧୫ରୁ ୧୮ବର୍ଷ ବୟସର ପିଲାମାନଙ୍କୁ ପ୍ରଥମ ଡୋଜ୍ ଏବଂ ଫେବୃଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ୍ ଦେବା ସରକାର ଲକ୍ଷ୍ୟ ରଖିଛନ୍ତି ।
ଅନ୍ୟପଟେ ଦେଶରେ ଟିକାକରଣକୁ ବର୍ଷେ ପୂରିଛି । ୨୦୨୧ ଜାନୁୟାରୀ ୧୬ରୁ ଦେଶରେ ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା । ଏହାପରେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ ଅଭିଯାନ ଆରମ୍ଭ ହୋଇଥିଲା ।
Powered by Froala Editor