ପୁଣି ବିବାଦୀୟ ବୟାନ ଦେଲେ ଇରଫାନ, କହିଲେ କଙ୍ଗନାଙ୍କ ଗାଲ ପରି ନିର୍ମାଣ କରିବି ରାସ୍ତା
![ପୁଣି ବିବାଦୀୟ ବୟାନ ଦେଲେ ଇରଫାନ, କହିଲେ କଙ୍ଗନାଙ୍କ ଗାଲ ପରି ନିର୍ମାଣ କରିବି ରାସ୍ତା](https://odishanewslens.com/news_gallery/9866_1642261327.jpg)
ନିଜ ବୟାନ ପାଇଁ ପୁଣି ଅଡୁଆରେ ପଡ଼ିଛନ୍ତି ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ ଡକ୍ଟର ଇରଫାନ ଅନସାରୀ । ଇରଫାନ ଅନସାରୀ କହିଛନ୍ତି କି ତାଙ୍କ ନିର୍ବାଚନ ମଣ୍ଡଳୀ ଜମତାରାର ରାସ୍ତାଗୁଡିକୁ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ଗାଲ ପରି ଚିକ୍କଣ କରି ନିର୍ମାଣ କରିବେ । ଏହି ରାସ୍ତାକୁ ଆଦିବାସୀ ସମ୍ପ୍ରଦାୟର ଶିଶୁ ଏବଂ ଯୁବକଙ୍କ ପାଇଁ ଉଦ୍ଦିଷ୍ଟ ହେବ । ଆହୁରି ତାଙ୍କ ବୟାନରେ କହିଛନ୍ତି , ଖୁବ୍ ଶୀଘ୍ର ଏହିପରି ୧୪ଟି ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ଆରମ୍ଭ ହେବ । ଏସବୁ କଙ୍ଗନାଙ୍କ ଗାଲ ପରି ଚିକ୍କଣ ହେବ । ଏହି ବିବାଦୀୟ ମନ୍ତବ୍ୟ ଦେବା ଇରଫାନ୍ ଅନସାରୀଙ୍କ ପାଇଁ କିଛି ନୂଆ କଥା ନୁହେଁ । ପୂର୍ବରୁ ସେ ମଧ୍ୟ ଏକ ବୟାନ ଦେବା ପରେ ବଢିଥିଲା ବିବାଦ । ସେ କହିଥିଲେ ଯେ ମାସ୍କକୁ ଅଧିକ ସମୟ ପିନ୍ଧିବା ଉଚିତ୍ ନୁହେଁ ।
ଇରଫାନ ଅନସାରୀଙ୍କ ପୂର୍ବରୁ ୨୦୦୫ରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ କହିଥିଲେ ଯେ ବିହାରରେ ସମସ୍ତ ରାସ୍ତା ହେମାମାଳିନୀଙ୍କ ଗାଲ ପରି ଚିକ୍କଣ କରି ନିର୍ମାଣ କରିବେ । ସେହିପରି ୨୦୨୧ ନଭେମ୍ବରରେ ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା କହିଥିଲେ ରାଜ୍ୟର ରାସ୍ତାଗୁଡିକ କ୍ୟାଟ୍ରିନା କୈଫଙ୍କ ଗାଲ ପରି ଚିକ୍କଣ କରିବେ ।
Powered by Froala Editor