ଜାନୁଆରୀ ୧୬ ହେବ ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ
ଏଣିକି ପ୍ରତିବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ ରୁପେ ପାଳନ କରାଯିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟ ଅପ ବ୍ୟବସାୟୀଙ୍କ ସହ ଆଲୋଚନ କରି ପ୍ରତି ବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀ ଷ୍ଟାର୍ଟ ଅପ ଦିବସ ରୁପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରୀୟ ଷ୍ଟାର୍ଟ ଅପ ଦିବସର ଘୋଷଣା ସହ ସମସ୍ତ ଯୁବ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି , ପିଲାଟି ଦିନରୁ ହିଁ ଛାତ୍ରଛାତ୍ରୀକୁ ନବସୃଜନ ପ୍ରତି ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ୯ ହଜାରରୁ ଅଧିକ ଅଟଳ ଥିଙ୍କରିଙ୍ଗ ଲ୍ୟାବରେ ପିଲାଙ୍କୁ ସ୍କୁଲରେ ନବସୃଜନ ଏବଂ ନୂଆ ଚନ୍ତାଧାର ଉପରେ କାମ କରିବାକୁ ସଯୋଗ ଦିଆଯାଉଛି ।
ଏହି କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ ହେବାର ଷଷ୍ଠ ବାର୍ଷିକୀ ଉପଲକ୍ଷେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ୨୦୧୬ ମସିହାରେ ଷ୍ଟାର୍ଟଅପ୍ ଇଣ୍ଡିଆର ଆରମ୍ଭରୁ ଦେଶର ବିକାଶରେ ଷ୍ଟାର୍ଟଅପ୍ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ବନ୍ଧୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱାସର ପ୍ରତିଫଳନ ହୋଇଛି। ଏହା ଦେଶରେ ଷ୍ଟାର୍ଟଅପ୍ ଅନୁକୂଳ ବାତାବରଣ ସୃଷ୍ଟି ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି।
Powered by Froala Editor