ଚମକୌର ସାହିବ ଆସନରୁ ପ୍ରାର୍ଥୀ ହେବେ ଚରଣଜିତ ସିଂହ ଚନ୍ନି
![ଚମକୌର ସାହିବ ଆସନରୁ ପ୍ରାର୍ଥୀ ହେବେ ଚରଣଜିତ ସିଂହ ଚନ୍ନି](https://odishanewslens.com/news_gallery/9857_1642241996.jpg)
ଚଣ୍ଡିଗଡ଼: ଆସନ୍ତା ଫେବୃଆରୀ ୧୪ରେ ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଆଜି ପ୍ରଥମ ଦଫାରେ ୮୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
କଂଗ୍ରେସର ନିଷ୍ପତ୍ତି ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚମକୌର ସାହିବ ଆସନରୁ ପ୍ରାର୍ଥୀ ହେବେ। ସେହିପରି ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅମୃତସର ଇଷ୍ଟରୁ ଲଢ଼ିବେ। ଏହାବାଦ ନିକଟରେ କଂଗ୍ରେସରେ ମିଶିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦଙ୍କୁ କଂଗ୍ରେସ ମୋଗା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି।
ଅନ୍ୟପକ୍ଷରେ ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧୱା ଡେରା ବାବା ନାନକ ସିଟ ଓ ରାଜ୍ୟ ପରିବହନ ମନ୍ତ୍ରୀ ରାଜ ଅରମିନ୍ଦର ୱାରିଂଙ୍କୁ ଗିଦ୍ଦେରବାହରୁ ଟିକେଟ ମିଳିଛି।
Powered by Froala Editor