ନିର୍ବାଚନୀ କଟକଣା ଭୁଲିଗଲେ, ସମାବେଶରେ ଏକାଠି ହେଲେ ଶହ ଶହ ଲୋକ
ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । କରୋନା କଟକଣାକୁୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ସପା) କଟକଣାକୁ ଫୁ କରିଦେଇଛନ୍ତି । ଆଜି ଲକ୍ଷ୍ନୌ ସ୍ଥିତ ଦଳର ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶହଶହ ସପା କର୍ମୀ ଯୋଗ ଦେଇଥିବା ଭିଡିଓ ସାମ୍ନାକୁ ଆସିଛି।
ସପା ପକ୍ଷରୁ ଏହାକୁ ଭର୍ଚ୍ୟୁଆଲ ରାଲିର ନାଁ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ବାହାରେ ଅସଂଖ୍ୟ କର୍ମୀଙ୍କ ସମାବେଶ ହୋଇଥିଲା। ଏହି ସମାବେଶକୁ ସପା ମୁଖ୍ୟ ଅଖିଲେଶ ଯାଦବ ଓ ବିଜେପି ଛାଡ଼ି ଥିବା ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମ୍ବୋଧନ କରିଥିଲେ। କଟକଣାକୁ ଉଲ୍ଲଙ୍ଘନ କରାଯାଇଥିବାରୁ ପୁଲିସ୍ ସପା ମୁଖ୍ୟାଳୟ ବାହାରେ ଲୋକଙ୍କୁ ଘଉଡ଼ାଉଥିବା ଦେଖିବାକୁ ମିଳିଛି। ସେହିପରି ସପା ବିରୋଧରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି।
ଅନ୍ୟପକ୍ଷରେ ସପାର ଉତ୍ତର ପ୍ରଦେଶ ମୁଖ୍ୟ ନରେଶ ଉତ୍ତମ ପଟେଲ କହିଛନ୍ତି, “ ଅଫିସ ଭିତରେ ଭର୍ଚ୍ୟୁଆଲ ମୋଡରେ ସମାବେଶ ହେଉଥିଲା। ଆମେ କାହାକୁ ଡାକି ନଥିଲୁ। କିନ୍ତୁ ଲୋକମାନେ ସ୍ୱତ୍ତଃସ୍ଫୁତ ଭାବେ ଆସିଥିଲେ।
Powered by Froala Editor