ଗୌହାଟୀ-ବିକାନେର ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ
ପଶ୍ଚିମବଙ୍ଗର ଜଲପାଇଗୁଡିରେ ଗୌହାଟୀ-ବିକାନେର ଏକ୍ସପ୍ରେସ୍(୧୫୬୩୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ୪୦୦ ଶହରୁ ପାଞ୍ଚଶହ ଲୋକ ଫସିଥିବା ଜଣାପଡିଛି । ଏ ସମସ୍ତ ବଗିରେ ସାଧାରଣ ଯାତ୍ରୀ ରହିଥିଲେ । ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ୫୧ଟି ଆମ୍ବୁଲାନ୍ସ ଜରିଆରେ ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଉଛି। ଗ୍ୟାସ୍ କଟର ବ୍ୟବହାର କରାଯାଇ ଯାତ୍ରୀଙ୍କୁ ବାହାର କରାଯାଉଛି। ସେପଟେ ଦୁର୍ଘଟଣା ଖବର ପାଇ ପଶ୍ଚିମବଙ୍ଗ ପୋଲିସ, ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ରେଲଓ୍ଵେ ଏବଂ ବିଏସଏନଏଲ ଯାତ୍ରୀଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି। ଯାତ୍ରୀଙ୍କ ପରିଜନ 05034666 ଏବଂ 03564255190ରେ ଫୋନ୍ କରି ସୂଚନା ପାଇ ପାରିବେ।
ସୂଚନା ଅନୁଯାୟୀ, ଟ୍ରେନରେ ୧୨୦୦ରୁ ଅଧିକ ଯାତ୍ରୀ ଥିଲେ। ଏଥିରୁ କେବଳ ୭୦୦ ଯାତ୍ରୀ ରାଜସ୍ଥାନରୁ ଚଢିଥିଲେ। ଦୁର୍ଘଟଣା ବିଷୟରେ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।
Powered by Froala Editor