୫୭ ଥରରେ ଦଶମ ପାସ୍ କଲେ ହୁକାମଦାସ
୭୭ ବର୍ଷରେ ଦଶମ ପାସ୍ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାଜସ୍ଥାନ ଜିଲୋରର ହୁକାମଦାସ ବୈଷ୍ଣବ । ସେ ୫୬ ଥର ଦଶମ ପରୀକ୍ଷାରେ ଫେଲ୍ ହୋଇଥିଲେ । ୫୭ ତମ ପରୀକ୍ଷାରେ ସେ ପାସ୍ କରିଛନ୍ତି । ତାଙ୍କ ଦୃଢ ମନୋବଳ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି । ଏପରିକି ଦଶମ ପାସ୍ କରିବା ପରେ ହୁକାମଦାସ ଦ୍ୱାଦଶରେ ନାଁ ଲେଖାଇବାକୁ ଫର୍ମ ଫିଲପ କରିଥିବା ଜଣାପଡିଛି ।
ହୁକାମଦାସ ୧୯୬୨ରୁ ଦଶମ ପାସ୍ କରିବାକୁ ଚେଷ୍ଟା କରିଥିଲେ, ଯାହା ୨୦୧୯ରେ ସଫଳ ହୋଇଥିଲା । ସେତେବେଳେ ହୁକାମଦାସ ଅଷ୍ଟମ ଶ୍ରେଣୀ ପାସ୍ କରିବା ସମୟରେ ଚାକିରି ପାଇଥିଲେ । କିନ୍ତୁ ସରକାରୀ ଚାକିରି ପାଇବା ପରେ ମଧ୍ୟ ତାଙ୍କର ପାଠପାଢ଼ା ପ୍ରତି ଆଗ୍ରହ କମିନଥିଲା । ସରକାରୀ ଚାକିରି ପାଇବା ପରେ ମଧ୍ୟ ସେ ଦଶମ ପାସ୍ କରିବା ପାଇଁ ପଢ଼ାପଢ଼ି ଆରମ୍ଭ କରିଥିଲେ । କିନ୍ତୁ ୧୯୬୨ ରୁ ୨୦୧୮ ପର୍ଯ୍ୟନ୍ତ ହୁକାମଦାସ ବାରମ୍ୱାର ପରୀକ୍ଷା ଦେଇ ଫେଲ୍ ହେଉଥିଲେ । ଦଶମ ଶ୍ରେଣୀରେ ସେ ୫୬ ଥର ପରୀକ୍ଷା ଦେଇ ବିଫଳ ହୋଇଥିଲେ । ଶେଷରେ ହୁକାମ ୨୦୧୯ରେ, ୫୭ତମ ପ୍ରୟାସରେ ଦଶମ ପରୀକ୍ଷା ଦେଇଥିବା ବେଳେ ଏଥିରେ ସଫଳ ହୋଇଛନ୍ତି ।
Powered by Froala Editor