ଆଇସିୟୁରେ ଲତା
ମୁମ୍ବାଇ: ସଙ୍ଗୀତ ଦୁନିଆର ଅପୂର୍ବ ପ୍ରତିଭା, ଭାରତର କୋକିଳା ଲତା ମଙ୍ଗେସ୍କର ଅସୁସ୍ଥ । ତାଙ୍କ ଅବସ୍ଥା ଗୁରତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିସôିତ ହେଉଥିଲେ । ତେବେ ଆଜି ତାଙ୍କ ଅବସ୍ଥା ଗରୁତର ହେବାରୁ ତାଙ୍କୁ ଆଇସିୟୂରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସେ ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ୧୯୪୮ରୁ ୧୯୭୪ ମଧ୍ୟରେ ସେ ୨୫୦୦୦ରୁ ଉଦ୍ଧ୍ୱର୍ ସଙ୍ଗୀତ ଗାଇଥିଲେ । ୧୯୭୪ ମସିହାରେ ସେ ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିଲେ ।
Powered by Froala Editor