୧୨ରୁ NEET-PG କାଉନସେଲିଂ ଆରମ୍ଭ

୨୦୨୧-୨୦୨୨ ପାଇଁ NEET-PG କାଉନସେଲିଂ ଆରମ୍ଭ ହେବ । ଜାନୁୟାରୀ ୧୨ରୁ କାଉନସେଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୨ ଜାନୁଆରୀ ୧୨ରୁ MCC ଦ୍ୱାରା NEET-PG କାଉନସେଲିଂ ଆରମ୍ଭ ହେବ। ଏହି ଅବସରରେ ସମସ୍ତ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସୁପ୍ରିମକୋର୍ଟଙ୍କ କହିବାର ୨ ଦିନପରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ବିବୃତି ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, NEET-PG ର କାଉନସେଲିଂ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିକଟରେ ଅନୁମତି ଦେଇଛନ୍ତି। ଏହା ସହିତ ଓବିସିକୁ ୨୭ ପ୍ରତିଶତ ସଂରକ୍ଷଣ ଏବଂ NEET PG ପରୀକ୍ଷାରେ EWS କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ନେଇ କୋର୍ଟ ସମ୍ମତି ଜଣାଇଛନ୍ତି। NEET-PG କାଉନସେଲିଂ ବିଳମ୍ବକୁ ବିରୋଧ କରି ଦିଲ୍ଲୀର ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମୟରେ ଡାକ୍ତର ଓ ପୁଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ତେବେ ଆନ୍ଦୋଳନ ବଢ଼ିବା ଦେଖି କେନ୍ଦ୍ର ସରକାର ଆଶ୍ୱସନା ଦେଇଥିଲେ। ଏହା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।
Powered by Froala Editor