ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଘରେ ୧୫ଜଣ କୋଭିଡ୍ ଆକ୍ରାନ୍ତ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଘରେ ୧୫ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ହେମନ୍ତଙ୍କ ପତ୍ନୀ, ଦୁଇ ପିଲା ଏବଂ ଶାଳୀ । ତେବେ ସୋରେନ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ତାଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଭିଷେକ ପ୍ରସାଦ ଏବଂ ସହକାରୀ ସୁନୀଲ ଶ୍ରୀବାସ୍ତବଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଥିବା ଜଣାପଡ଼ିଛି ।
ରାଞ୍ଚିର ମୁଖ୍ୟ ମେଡିକାଲ୍ ଅଫିସର୍ ବିନୋଦ କୁମାର କହିଛନ୍ତି, ଏଯାବତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୬୨ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଶନିବାର ମିଳିଥିବା ରିପୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଳ୍ପନା ସୋରେନ୍, ଦୁଇ ପୁଅ ନୀତୀନ ଏବଂ ବିଶ୍ୱଜିତ୍, ଶାଳୀ ସର୍ଲା ମୁର୍ମୁ ଓ ଅଙ୍ଗରକ୍ଷୀଙ୍କ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିଛି । ସମସ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ସେମାନେ ହୋମ୍ ଆଇସୋଲେସନ୍ରେ ରହିଛନ୍ତି । ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହେଉଛନ୍ତି ।
Powered by Froala Editor