ଝୁଲନ୍ତା ମୃତ ଦେହ ଉଦ୍ଧାର
ଭୁବନେଶ୍ୱର: ଝୁଲନ୍ତା ଅବସ୍ତାରେ ଉଦ୍ଧାର ହୋଇଛି ମୃତଦେହ, ହତ୍ୟା ହୋଇଥିବାର ସନେ୍ଦହ କରାଯାଉଥିବା ବେଳେ ସାରା ଅଞ୍ଚଳରେ ଏହି ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହିପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ନୂଆଗଡ଼ ଛକ ନିକଟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହର ପରିଚୟ ମିଳିପାରି ନାହିଁ ।
ହତ୍ୟା ହୋଇଥିବା ସନେ୍ଦହ ହେଉଛି । ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦେହର ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ଆଜି ସକାଳୁ ସକାଳୁ ନୂଆଗଡ଼ ଛକ ରାସ୍ତା ଦେଇ କିଛି ଲୋକ ଯାଉଥିଲେ । ଏହି ସମୟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ଏଥିସହିତ ଘଟଣା ସମ୍ପର୍କରେ କୋରେଇ ପୋଲିସକୁ ଜଣାଇଥିଲେ ।
Powered by Froala Editor